ଅନୁଗୋଳର ଝିଅ ପ୍ରତ୍ୟୁଷାଙ୍କୁ ମିସ୍ ଭର୍ଚ୍ୟୁଅାଲ ଇନକ୍ଲ୍ୟୁସନ ମଡେଲ - ମୁକୁଟ ।

ଅନୁଗୋଳ(IYA NEWS:06:08:2020):
ଏକାଗ୍ରତା ହିଁ ମଣିଷ କୁ ଆଣିଥାଏ ସଫଳତା । ପଙ୍କରେ ପଦ୍ମ । ଅନୁଗୋଳର ପ୍ରତ୍ୟୁଷା ଅମାନ୍ତ ଆଜି ଅନୁଗୋଳ ପାଇଁ ଗର୍ବିତ ।ମିସ୍ ଭର୍ଚ୍ୟୁଅାଲ ଇନକ୍ଲ୍ୟସନ ମଡେଲ - ୨୦୨୦ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ପ୍ରତ୍ୟୁଷା । ବାପା ଭୂଷଣରେ ଜଣେ କର୍ମଚାରୀ ହୋଇଥିବାବେଳେ ମା ଗୃହିଣୀ ।ପ୍ରତ୍ୟୁଷା ଅନୁଗୋଳ ଜିଲ୍ଲାର ଏକ ଘରୋଇ କଲେଜରେ ଇଂରାଜୀର ବିଭାଗର ପ୍ରଧ୍ୟାପକ ଭାବେ କାମ କରନ୍ତି । ନିଜ ମଡେଲିଙ୍ଗ,ଅାଙ୍କରିଙ୍ଗ୍ ନିଶାପାଇଁ ତାଙ୍କୁ ଏହି ସଫଳତା ଆଣିଦେଇଛି।ଏହି ପ୍ରତିଯୋଗିତା ଗ୍ଲୋବାଲ ବ୍ୟୁଟି ଇଣ୍ଟରନେସନାଲ ସଂସ୍ଥା,ଦି ପ୍ରୋ ମହୋତ୍ସବ ଇଭେଣ୍ଟ ବାଏ ଅମରେଶ ଅର୍ଗାନାଇଜେସନ ଓ ଉଇ ଫର ୟୁ ଅର୍ଗାନାଇଜେସନର ମିଳିତ ଅାନୁକୁଲ୍ୟରେ ଅାୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଓଡିଶା,ଛତିଶଗଡ,ଅାସାମ,ଝାରଖଣ୍ଡ,କର୍ଣ୍ଣାଟକ ରୁ ୬୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ବିଭିନ୍ନ ରାଜ୍ୟର ୬୩ ଜଣଙ୍କୁ ମଧ୍ୟରୁ ପ୍ରତ୍ୟୁଷାଙ୍କୁ ବିଜେତା ଘୋଷଣା କରାଯାଇଛି ।ସେହି ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ ୫ଟି ରାଉଣ୍ଡ - ଇଣ୍ଟରଡକ୍ସନ ରାଉଣ୍ଡ,ଟ୍ୟାଲେଣ୍ଟ ରାଉଣ୍ଡ,ରେମ୍ପ ୱାକ ରାଉଣ୍ଡ,ମିସ୍ ଫୋଟ ସେଣ୍ଡିଙ୍ଗ ରାଉଣ୍ଡ ଓ କୋଭିଡ -୧୯ ଅାୱାରନେସ ରାଉଣ୍ଡକୁ ନେଇ ଅନୁଷ୍ଠିତ ହୋଇଥିଲା ।ସେହି ରାଉଣ୍ଡ ମଧ୍ୟରୁ କୋଭିଡ -୧୯ ଅାୱାରନେସ ରାଉଣ୍ଡ,ଇଣ୍ଟରଡକ୍ସନ ରାଉଣ୍ଡ,ଟ୍ୟାଲେଣ୍ଟ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ସମସ୍ତ ରାଉଣ୍ଡର ମାର୍କକୁ ମିଶାଇ ପ୍ରତ୍ୟୁଷା ବିଜେତା ହୋଇଥିଲେ ।ପ୍ରତ୍ୟୁଷା କେବଳ ଏହି ମଡେଲ ପ୍ରତିଯୋଗିତା ନୁହେଁ ପୂର୍ବରୁ ଯାଜପୁର ଠାରେ ଅାୟୋଜିତ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ୨୦୧୯ରେ ବକୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ରାଉରକେଲା ଭଞ୍ଜଭବନ ଠାରେ ଅାୟୋଜିତ ମିସ୍ ଓଡିଶା ସାଇନିଙ୍ଗ ଅାଇକନରେ ରନର୍ସ ଅପ ର ସ୍ଥାନ ଅଧିକାର କରିଥିଲେ । ରଜ କୁଇନ ୨୦୧୭ରେ ଟପ୍ -୫ ର ସ୍ଥାନ ଅଧିକାର କରିଥିଲେ । ଅନୁଗୋଳ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଅନୀଲ କୁମାର ସାମଲଙ୍କ ଠାରୁ ୨୦୧୯ ମସିହାରେ ବିଜୁ କନ୍ୟାରତ୍ନ ସମ୍ମାନ ପାଇଥିଲେ । 
ବିଭିନ୍ନ ରାଜ୍ୟର ୬୩ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଗୌରବର ଅଧିକାରୀ ହୋଇପାରିବା ସହ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅାଣିଦେଇ ପାରିଛି ।ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଫଳତା ମଧ୍ୟ ପାଇଛନ୍ତି ପ୍ରତ୍ୟୁଷା । ବିଫଳତା ହିଁ ସଫଳତାର ନୂଆ ବାଟ ଦେଖାଇଥାଏ ବୋଲି କହିଛନ୍ତ ପ୍ରତ୍ୟୁଷା ।ଏ ସଫଳତାର ଶ୍ରେୟ ସାଙ୍ଗ ସାଥି ଗୁରୁଜନ ଙ୍କ ଆଶୀର୍ବାଦ ରୁ ମିଳିଛି। ବିଫଳତା ହିଁ ସଫଳତାର ନୂଆ ଦିଶା ଆଣିଥାଏ।ଆଗକୁ ଯିବାକୁ ପ୍ରେରଣା ଯୋଗାଇଥାଏ। ମିସ ପ୍ରତ୍ୟୁଷା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଅାୟୋଜିତ କାର୍ଯ୍ୟକ୍ରମରେ ଅାଙ୍କରିଙ୍ଗ୍ କରିବାର ଦେଖିବାକୁ ମିଳିଥାଏ ।
Report By :- Bhaktiprasad Pradhan 
IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iyanews )

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।