ଅାଜି ଅନୁଗୋଳ ଜିଲ୍ଲାରୁ ୪୨ଜଣ କରୋନା ପଜିଟିଭ ଚିହ୍ନଟ । ସମୁଦାୟ ଅାକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୬୯୧ରେ ।

ଅନୁଗୋଳ(IYA NEWS:25/08/2020):
ଜିଲ୍ଲାରୁ ଆଜି ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏହି ୪୨ ଆକ୍ରାନ୍ତ ଚିହ୍ନଟ ହେବ ପରେ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୬୯୧ ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଓ ଏହାର ନିକଟସ୍ଥ ଶିଳ୍ପାଞ୍ଚଳରୁ ୨୧ ଜଣ ପୁରୁଷ ଆକ୍ରାନ୍ତ ହୋଇଥିବାର ଜଣା ପଡିଛି । ଏମାନଙ୍କ ମଧ୍ୟରେ ୨ ଜଣ ପରୁଷ ଝାଡଖଣ୍ଡରୁ ଫେରିଥିବା ବେଳେ ୨ ଜଣ ପଶ୍ଚିମବଙ୍ଗ ଓ ଅନ୍ୟ ସମସ୍ତ ୧୭ ଜଣ ଆକ୍ରାନ୍ତ , ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୋଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିଭଳି କଣିହାଁ ଅଞ୍ଚଳର ୬ ଜଣ ପୁରୁଷ ତାଳଚେର ବ୍ଲକ ଅଞ୍ଚଳର ୫ ଜଣ ପୁରୁଷ ଓ କିଶୋରନଗର ବ୍ଲକ ଅଞ୍ଚଳର ୪ ଜଣ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୋଜିଟିଭ ଚିହ୍ନଟ ହୋଇଛନ୍ତି । ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ପୁରୁଷଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଶିଳ୍ପାଞ୍ଚଳର ହୋଇଥିବା ବେଳେ ବାକି ୨ ଜଣ ବ୍ଲକ ଅଞ୍ଚଳର ଅଛନ୍ତି । ସେହିଭଳି ଅନୁଗୋଳ ପୌରାଞ୍ଚଳ , ଆଠମଲ୍ଲିକ ବ୍ଲକ ଓ ପାଲଲହଡା ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ପୁରୁଷ ଚିହ୍ନଟ ହୋଇଥିବା ବେଳେ ଏମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୋଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିବା ବେଳେ ଲକ୍ଷଣ ବିହୀନ ଓ ସ୍ୱଳ୍ପ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନକୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆ ଯାଇଛି ।  ଏହା ମଧ୍ୟରେ ୩ ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆ ଯାଇଛି । ଆଜି ଆଉ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ଜିଲ୍ଲାର ସୁସ୍ଥଙ୍କ ସଂଖ୍ୟା ୪୩୮ ରେ ପହଞ୍ଚିଛି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।