ଅାଜି ଅନୁଗୋଳ ଜିଲ୍ଲାରୁ ୪୦ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୬୧୯ରେ ।

ଅନୁଗୋଳ(IYA NEWS:21/08/2020):
ଜିଲ୍ଲାରୁ ଅାଜି ୪୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳର ୧୭ ଜଣ,ତାଳଚେର ବ୍ଲକ ଅଞ୍ଚଳର ୧୧ଜଣ,ଅନୁଗୋଳ ପୌରାଞ୍ଚଳରୁ ୨ଜଣ , ଅନୁଗୋଳ ବ୍ଲକ ଅଞ୍ଚଳରୁ ୫ଜଣ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୯ଜଣ ପୁରୁଷ ଓ ୮ଜଣ ମହିଳା ଅଛନ୍ତି । ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୧ଜଣଙ୍କ ମଧ୍ୟରୁ ୪ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି । ଅନୁଗୋଳ ପୈାରଞ୍ଚଳରୁ ଚିହ୍ନଟ ହୋଇଥିବା ୨ଜଣ ପୁରୁଷଙ୍କ ମଧ୍ୟରୁ ୨ଜଣ ପୃଥକ ଭାବେ ଭୁବନେଶ୍ବରର ଦୁଇଟି ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଅନୁଗୋଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ସେହିପରି ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ୱାର୍ଡରୁ ଜଣେ ମହିଳା କରୋନା ପଜିଟିଭ ହୋଇଥିବା ପଡିଛି । ସମସ୍ତ ଲକ୍ଷଣ ବିହିନ ଓ ସ୍ବଳ୍ପ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ନିଜଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯିବା ସହ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେର କୋଭିଡ ହସପିଟାଲରୁ ସୁସ୍ଥ ହୋଇଥିବା ୫ଜଣଙ୍କୁ ନିଜଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଅଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୪୦୧ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୪୦୬ଜଣରେ ପହଁଞ୍ଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।