ପ୍ଲାଜମା ଦାନ ନିମନ୍ତେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପହଂଚିଲେ ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୪ ଜଣ ଆକ୍ରାନ୍ତ ।

ଅନୁଗୋଳ(IYA NEWS:07/08/2020):
କରୋନା ମହାମାରୀରେ ଗୁରୁତର ଆକ୍ରାନ୍ତମାନଙ୍କୁ ପ୍ଲାଜମା ଦାନ କରି ସେମାନଙ୍କୁ ଜୀବନ ଦାନ ଦେବା ଉଦ୍ଦେଶ୍ୟରେ ଅନୁଗୋଳ ଜିଲ୍ଲାରୁ ଆଜି ୪ ଜଣ ବଦାନ୍ୟ ବ୍ୟକ୍ତି ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପହଞ୍ଚିଛନ୍ତି । ବଅଁରପାଳ ବ୍ଳକରୁ ୨ ଜଣ, ଆଠମଲ୍ଲିକ ଓ କିଶୋରନଗର ବ୍ଲକରୁ ଜଣେ ଲେଖାଏଁ ଆଜି ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଦାନ ପୂର୍ବରୁ ସେମାନଙ୍କର ଆନୁସଂଗୀକ ରକ୍ତ ପରୀକ୍ଷା କରାଇଛନ୍ତି । ସମସ୍ତଙ୍କ ପାଇଁ ପାନ୍ଥନିବାସରେ ୨ ଦିନ ପାଇଁ ରହିବା ସହ ସମସ୍ତ ପ୍ରକାର ଆନୁସଂଗୀକ ବ୍ୟବସ୍ଥା କରାଯାଇଛି । ପ୍ଲାଜମା ଦାନ ନିମନ୍ତେ ଏହି ୪ ଜଣ କ୍ୟାପିଟାଲ ହସପିଟାଲରେ ପହଂଚିବା ପରେ ରାଜ୍ୟ ବିଜ୍ଞାନ ଓ କାରିଗରୀ,ସାଧାରଣ ଉଦ୍ୟୋଗ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଏହି ମହତ୍ ଓ ମାନବିକତା କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଲ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ୪ ଜଣ ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କ ସହିତ ୨ ଜଣ ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।