ବନ୍ୟାରେ ବୁଡିଲା ଟିକରପଡା ଅଞ୍ଚଳ : ୫ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ।

ଅନୁଗୋଳ(IYA NEWS:29/08/2020):
ଭୟଙ୍କର ରୂପ ଧାରଣ କରୁଛି ମହାନଦୀ ହୀରାକୁଦ ଜଳଭଣ୍ଡାରରୁ
୪୬ଟି ଗେଟ୍ ରେ ଜଳ ନିଷ୍କାସନ କରାଯାଉଥିବାରୁ ଟିକରପଡ଼ା ଇଲାକାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଏହି ପରିପ୍ରେକ୍ଷୀରେ
ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଶୁକ୍ରବାର ଟିକରପଡ଼ା ଅଞ୍ଚଳ
ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । 
ମହାନଦୀ ବନ୍ୟାରେ ଉବୁଟୁବୁ ସାତକୋଶିଆ ଅଞ୍ଚଳ । ୫ଟି ଗାଁ’ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗଇଁଦି, ବେହେରାସାହି, ମଝିପଡା, ଅଣାଖଣି, ରାମି ମୁଣ୍ଡା(ଖ) ଓ ଘାସିସାହି କିଛି ଅଞ୍ଚଳ ଜଳମଗ୍ନ ହୋଇଛି । ଗାଁ’କୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପାଣି ଚାଲୁଛି ।ଗତକାଲି ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଲୋକ ଘରଦ୍ବାର ଛାଡ଼ି ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ରାଜୀବଗାନ୍ଧୀ ସେବା କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟରେ ବିପନ୍ନ ଙ୍କୁ ଥଇଥାନ କରାଯାଇଛି । ସେହିପରି ମଝିପଡା, ଗଇଁଦି, ବେହେରାସାହି ଓ ରାମି ମୁଣ୍ଡା(ଖ) ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଥିବା ବେଳେ ଡଙ୍ଗାରେ ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି । 
ଟିକରପଡ଼ା ଗାଁରୁ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ଯାଇଥିବା ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । ପାଣି ଘେରରେ ରହି ଥିବା ଲୋକଙ୍କୁ ବନବିଭାଗ ଓ ପ୍ରଶାସନ ପକ୍ଷରୁ ପକ୍ଷରୁ ସ୍ଥାନାନ୍ତର କରାଯାଉଛି । ଏହି ସମସ୍ତ ଗାଁର ୩୦୦ ପରିବାରଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଟିକରପଡ଼ା, ଗଇଁଦି, ବେହେରାସାହି, ଅଣାଖଣି, ରାମିମୁଣ୍ଡା ଓ ଘାସିସାହି ଆଦି ବୁଲି ଲୋକଙ୍କ ଅବସ୍ଥା ବୁଝିବା ସହ ଖାଦ୍ୟପେୟର ବ୍ୟବସ୍ଥା କରାଇଛନ୍ତି ଜିଲ୍ଲାପ୍ରଶାସନ ।ଲୋକଙ୍କୁ ସଠିକ୍ ଭାବେ ଖାଦ୍ୟପେୟ ସହ ଠିକ୍ ସ୍ଥାନକୁ ସ୍ତାନାନ୍ତରିତ କରିବାକୁ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।