ଯୁବ ସ୍ୱାଭିମାନ ଦିବସରେ ରକ୍ତଦାନ ଶିବିର । ୩୦ ୟୁନିଟ ରକ୍ତ ସଂଗ୍ରହ ।

ଠାକୁରଗଡ(IYA NEWS : 19/08/2020):
ଆଠମଲ୍ଲିକ ବ୍ଲକ ଠାକୁରଗଡ଼ର ସାମାଜିକ ସଂଗଠନ ଠାକୁରଗଡ଼ ୟୁଥ ପାୱାର ପକ୍ଷରୁ ସ୍ୱାଭିମାନ ଦିବସ ଅବସରରେ ଆମ ଓଡିଶା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଠାକୁରଗଡ଼ ପଂଚାୟତ ଦୀନବନ୍ଧୁପୁର ୟୁପି ସ୍କୁଲରେ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଅାଠମଲ୍ଲିକ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାଏ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଶିବିର ରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବିଧାୟକଙ୍କ ସାନ ଭାଇ ଚୌଧୁରୀ ଚରଣ ସାଏ ନିଜେ ରକ୍ତଦାନ କରି ରକ୍ତ ଦାତା ଙ୍କୁ ଉତ୍ସାହ କରିଥିଲେ l ଆଗରୁ ଏହି ଠାକୁରଗଡ଼ ୟୁଥ ପାୱାର ଆମ ଓଡିଶା ଆନୁକୂଲ୍ୟରେ ୧୮୭ ୟୁନିଟ ରକ୍ତ ସଂଗ୍ରହ କରି  ଆଠମଲ୍ଲିକର ରେକର୍ଡ ଭଙ୍ଗ କରିଥିଲେ କିନ୍ତୁ କରୋନା କଟକଣା ପାଇଁ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ଡ଼ାକ୍ତର ପ୍ରଜ୍ଞା ପରମିତା ପ୍ରଧାନ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଷ୍ଟାଫ ନର୍ସ ସ୍ନିଗ୍ଧାରାଣୀ ସିଂହ, ରବୀନ୍ଦ୍ର ନାଥ ମହାନ୍ତି, କିଶୋର ଚନ୍ଦ୍ର ଗଡ଼ନାୟକ, ସୁଶାନ୍ତ କୁମାର ସାହୁ, ଗୋବିନ୍ଦ ବେହେରା, ଶ୍ରୀତମ ବେହେରା ରକ୍ତ ସଂଗ୍ରହ କରିଥିଲେ । ଆମ ଓଡିଶା ବ୍ଲକ ସଂଯୋଜଗ ଶ୍ରୀକାନ୍ତ ମିଶ୍ର ଏବଂ ଠାକୁରଗଡ଼ ସମ୍ବାଦ ପ୍ରତିନିଧି ଶୁଭକାନ୍ତ ପ୍ରଧାନ ଶିବିର ପରିଚାଳନା କରିଥିଲେ । ଠାକୁରଗଡ଼ ୟୁଥ ପାୱାର ର ସଭାପତି ସୁନୀଲ କୁମାର ସାହୁ, ଉପ ସଭାପତି ଦିଲ୍ଲୀପ ଖୁଣ୍ଟିଆ,  କୋଷାଧକ୍ଷ ସୌରଭ ମିଶ୍ର, ମଳୟ ନାୟକ ମାନସ ପ୍ରଧାନ, କୁଳମଣି ପ୍ରଧାନ, ବାବୁ ସେନାପତି, ମଧୁସୂଦନ ରଣା, ସୁଜିତ ନାୟକ, ଅଜିତ ନାୟକ, ସେସଦେବ ବାଘ, ଜ୍ୟୋତିବସୁ  ସାହୁ, ହିମାଂଶୁ ସ୍ୱାଇଁ ବାବୁଲା ଲହରା, ଶିବାଶିଷ ସାହୁ, ରାଜୀବ ସାହୁ, ଗୋବର୍ଧନ ସାହୁ, ବିଶ୍ୱଜିତ ସାହୁ, ପ୍ରିୟବ୍ରତ ସାହୁ, ବିଶ୍ୱରଂଜନ ଦେଓ, ସୁମନ୍ତ ସାହୁ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ l 
ସ୍ବେଚ୍ଛ‍ାସେବୀ ରକ୍ତଦାତା ସଙ୍ଘ ର ସଭାପତି ଶତ୍ରୁଘନ ସାହୁ, ମହେନ୍ଦ୍ର ସାହୁ, ସୁନୀଲ ସାହୁ, ଅନିଲ ସାହୁ, ପ୍ରସନ ବିଶ୍ୱାଳ,  କୃଷ୍ଣ ରାଉତ, ଦୀନବନ୍ଧୁପୁର ଗ୍ରାମ ର ଲମ୍ବୋଦର ବେହେରା, ପଙ୍କଜ ଓଝା, ଗଣେଶ ବେହେରା ଏବଂ ଅଭିରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।