ଆଜି ଅନୁଗୋଳରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୯୫ରେ ।

ଅନୁଗୋଳ(IYA NEWS:06/08/2020):
ଆଜି ଅନୁଗୋଳ ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ ଅଂଚଳରୁ ୫ ଜଣ,କଣିହାଁ ବ୍ଳକ୍ ଅଂଚଳରୁ ୩ ଜଣ ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।ବଅଁରପାଳ ବ୍ଳକ୍ ଅଂଚଳର ଏକ ଶିଳ୍ପ ସଂସ୍ଥାରୁ ୫ ଜଣକ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୩୦,୩୩,୩୭ ଓ ୬୩ ବର୍ଷ ମହିଳାଙ୍କ ବୟସ ୨୫ ବର୍ଷ । ଏମାନଙ୍କ ମଧ୍ୟରୁ ୩୭ ବର୍ଷୀୟ ପୁରୁଷ ଏବଂ ୨୫ ବର୍ଷୀୟା ମହିଳା ପଶ୍ଚିମବଙ୍ଗରୁ ଫେରି ହୋମ କ୍ଵରାଣ୍ଟାଇନରେ ଥିଲେ । ୩୦,୩୩ ଓ ୬୩ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । କଣିହାଁ ବ୍ଳକ୍ ଅଂଚଳର ଏକ ଶିଳ୍ପାଞ୍ଚଳର ୩ ଜଣକ ମଧ୍ୟରୁ ୨ ଜଣ ପୁରୁଷ ବୟସ ଯଥାକ୍ରମେ ୩୨ ଓ ୨୯ ବର୍ଷ ଏବଂ ଜଣେ ମହିଳାଙ୍କ ବୟସ ୨୬ ବର୍ଷ ଅଟେ । ଏମାନେ ସମସ୍ତେ ତେଲେଙ୍ଗାନାରୁ ଫେରି ହୋମ କ୍ଵରାଣ୍ଟାଇନରେ ଥିବା ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ କରୋନା ପଜିଟିଭଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ପୁରୁଷ କେଉଁଝରରୁ ଫେରିବା ବେଳେ ଅନ୍ୟ ଜଣେ ୭୫ ବର୍ଷୀୟ ପୁରୁଷ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଚିକିତ୍ସାଳୟର କୋଭିଡ ହସପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ନିଜ ଘରେ Isolation ରେ ରହିଛନ୍ତି ୯ ଜଣ ଆକ୍ରାନ୍ତଙ୍କୁ ଆଜି ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ୬ଜଣ ସୁସ୍ଥ ହୋଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ୨୬୧ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୬୭ ରେ ପହଂଚିଲାଣି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।