ଆଠମଲ୍ଲିକରେ ନୂଆଁ ଉପଜିଲ୍ଲାପାଳଙ୍କ ଯୋଗଦାନ ।

ଆଠମଲ୍ଲିକ(IYA NEWS:19/08/2020):
ଆଠମଲ୍ଲିକର ନୂତନ ଉପଜିଲ୍ଲାପାଳ ରୂପେ ଲଳିତ ମୋହନ ବେହେରା ଗତକାଲି ଯୋଗ ଦେଇଛନ୍ତି। ସେ ସମ୍ବଲପୁର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ରୂପେ କାର୍ଯ୍ୟରତ ଥିଲେ । ଉପଜିଲ୍ଲାପାଳ ଶ୍ରୀ ବେହେରା ଭାରପ୍ରାପ୍ତ ଉପଜିଲ୍ଲାପାଳ ତଥା ବିଡ଼ିଓ ସଞ୍ଜୟ ଆଚାର୍ଯ୍ୟଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ । ସହକାରୀ ଜିଲ୍ଲାପାଳ ଲମ୍ବୋଦର ମାର୍ଣ୍ଡି, ଅତିରିକ୍ତ ତହସିଲଦାର ଅଶୋକ ଦେହୁରୀ, ମୁଖ୍ୟ କିରାଣି ମିଲୁ ଭୁକ୍ତା, ଅମିୟ ତ୍ରିପାଠୀ ଉପସ୍ଥିତ ଥିଲେ । ଶ୍ରୀ ବେହେରା ପୂର୍ବରୁ ଆଠମଲ୍ଲିକ ତହସିଲଦାର, ଉପନିବନ୍ଧକ ଓ କିଶୋରନଗର ତହସିଲଦାର ଥିଲେ। 
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।