ଅନୁଗୋଳ ବ୍ଲକ ୯ଟି ପଞ୍ଚାୟତରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ : ଜନପ୍ରତିନିଧି ଦେଉନାହନ୍ତି ନଜର ।

ଅନୁଗୋଳ(IYA NEWS:27/08/2020):
ଅନୁଗୋଳ ଜିଲା ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ୯ଟି ପଞ୍ଚାୟତରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଚିକିତ୍ସାସେବା। ଅନୁଗୋଳ ବ୍ଲକର ଜଙ୍ଗଲ ଅଧ୍ୟୁଷିତ ୯ଟି ପଞ୍ଚାୟତର ଗ୍ରାମବାସୀଙ୍କୁ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମୋଟ୍‌ ୪ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ହେଲେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଦିଆ ନ ଯିବା କାରଣରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଅନୁଗୋଳ ବ୍ଲକର ୯ଟି ପଞ୍ଚାୟତର  ପୁରୁଣାକୋଟ,ଜଗନ୍ନାଥପୁର,ଟାଇଁସି ଓ ପୁରୁଣାଗଡରେ ରହିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ।
ଏହି ୪ଟି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରୁ ପୁରୁଣାକୋଟ,ଟାଇଁସି,ପୁରୁଣାଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବା ବେଳେ ଜଗନ୍ନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ନିଯୁକ୍ତି ଅଛନ୍ତି ଓ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଲେଖାଏଁ ଫାର୍ମାସିଷ୍ଟ ନିଯୁକ୍ତି ଅଛନ୍ତି । ତାହାସହ ୱାର୍ଡ ଅାଣ୍ଟେଣ୍ଡାଟ୍ ପୁରୁଣାକୋଟ ଓ ଟାଇଁସି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ନାହାନ୍ତି , ଏ.ଏନ.ଏମ କେବଳ ପୁରୁଣାଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବାବେଳେ ଅନ୍ୟ ୩ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଓ ସୁଇପର ପଦବୀ କେବଳ ପୁରୁଣାକୋଟ ଓ ପୁରୁଣାଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଥିବାବେଳେ ଜଗନ୍ନାଥପୁର ଓ ଟାଇଁସି ସ୍ୱାସ୍ଥ୍ୟକେନ୍ଦ୍ରରେ ପଦବୀ ଖାଲିପଡିଛି ।ଏହି ସବୁ ପଦବୀ ଗୁଡିକ ଖାଲିଥିବା ଫଳରେ ଜଙ୍ଗଲାଞ୍ଚଳର ଏହି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଉପରେ ନିର୍ଭରଶୀଳ ହଜାର ହଜାର ଲୋକ ସ୍ବାସ୍ଥ୍ୟସେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ତ୍ତମାନର କରୋନା ସମୟରେ ଦୂରଦୂରାନ୍ତ ଚିକିତ୍ସାଳୟକୁ ଯିବାରେ ସମସ୍ୟା ଓ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏସବୁ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଦିଆଗଲେ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳବାସୀ ମତପ୍ରକାଶ କରିବା ସହ ଅାଠମଲ୍ଲିକ ବିଧାୟକ ଏହି ୯ଟି ପଞ୍ଚାୟତର ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବାକୁ ନଜର ଦେଉନାହାନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି । 
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।