ଆଜି ଅନୁଗୋଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ:ପଜିଟିିଭ ସଂଖ୍ୟା ପହଞ୍ଚିଲା ୫୪୮ ରେ ।

ଅନୁଗୋଳ(IYA NEWS:18/08/2020):
ଆଜି ଅନୁଗୋଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳରୁ ୪ ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୩ ଜଣ, ଅନୁଗୋଳ ପୌରାଞ୍ଚଳରୁ ୩ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୩ ଜଣ, କିଶୋରନଗର ବ୍ଲକ ଅଞ୍ଚଳରୁ ୨ ଜଣ, କଣିହାଁ, ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ଚାରିଜଣ ଯାକ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୯,୩୬,୪୫ ଓ ୫୨ ବର୍ଷ ଅଟେ।ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ତିନିଜଣଙ୍କ ମଧ୍ୟରେ ଦୁଇଜଣ ମହିଳାଙ୍କ ବୟସ ୨୯ ଓ ୫୦ ବର୍ଷ ହୋଇଥିବା ବେଳେ ଜଣେ ପୁରୁଷଙ୍କ ବୟସ ୩୨ ବର୍ଷ ଅଟେ। ଅନୁଗୋଳ ପୌରାଞ୍ଚଳରୁ ଆକ୍ରାନ୍ତ ହୋଇଥିବା ତିନିଜଣଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଯାହାଙ୍କ ବୟସ ୨୬ ଓ ୪୯ ଏବଂ ସେମାନେ ଦୁଇଟି ପୃଥକ ପେଡ କ୍ୱାରେଣ୍ଟଟାଇନରେ ରହିଥିବା ବେଳେ ତାଙ୍କର ପଜିଟିିଭ ବାହାରିଥିବା ଜଣାପଡିଛି। ସେହିପରି ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷ ପୌରାଞ୍ଚଳରୁ ଆକ୍ରାନ୍ତ ହୋଇଛନ୍ତି। ଅନୁଗୋଳ ବ୍ଲକ ଅଞ୍ଚଳର ତିନିଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୮,୫୬ ଓ ୬୦ ବର୍ଷ ଅଟେ।ଏମାନେ ସମସ୍ତେ ଭୁବନେଶ୍ୱରର ପୃଥକ ପୃଥକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ ହୋଇଥିବା ଜଣାପଡିଛି ।କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୨ ବର୍ଷୀୟ ପୁରୁଷ ଓ ଜଣେ ୬୫ ବର୍ଷୀୟା ମହିଳା ଅଛନ୍ତି।କଣିହାଁ ବ୍ଲକ ଅଞ୍ଚଳରୁ ଚିହ୍ନଟ ମହିଳା ଆକ୍ରାନ୍ତଙ୍କ ବୟସ ୪୬ ବର୍ଷ ଅଟେ।ସେହିପରି ତାଳଚେର ପୌରାଞ୍ଚଳର ଜଣେ ୪୩ ବର୍ଷୀୟା ମହିଳା ହାଇଦ୍ରାବାଦ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ ହୋଇଥବା ଜଣାପଡିଛି। ସମସ୍ତ ଆକ୍ରାନ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିିଭ ହୋଇଥିବା ଜଣାପଡିଛି। ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣଙ୍କୁ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ସୁସ୍ଥ ହୋଇଥିବା ୯ ଜଣଙ୍କୁ ନିଜ ଘରେ ଆଇସୋଲେସନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୩୭୭ କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୮୬ ରେ ପହଞ୍ଚିଲା।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।