ଆଜି ଅନୁଗୋଳରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୪୫ ରେ ।

ଅନୁଗୋଳ(IYA NEWS:02/08/2020):
 ଆଜି ଅନୁଗୋଳ ଜିଲ୍ଲାରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତାଳଚେର ବ୍ଲକ୍ ଅଂଚଳରୁ ସର୍ବାଧିକ ୫ ଜଣ ଓ ଜଣେ ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୪,୪୫ ଓ ୫୨ ବର୍ଷ ଅଟେ । ଏହି ୩ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଏହି ବ୍ଲକ୍ ଅଂଚଳର ଜଣେ ୨୦ ବର୍ଷିୟ ପୁରୁଷ ତାଙ୍କ ପରିବାରରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଜଣେ ସଦସ୍ୟଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ଏହି ବ୍ଲକ୍ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ଥିବା ଜଣେ ୩୫ ବର୍ଷିୟ ଉତ୍ତରପ୍ରଦେଶ ଫେରନ୍ତା ପୁରୁଷ ଯିଏକି ସଂଗରୋଧରେ ଥିବାବେଳେ ତାଙ୍କର ପଜିଟିଭ୍ ବାହାରିଛି । ସେହିପରି ଅନୁଗୋଳ ପୌରାଂଚଳରୁ ଜଣେ ୫୫ ବର୍ଷୀୟ ଲକ୍ଷଣଯୁକ୍ତ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ପଜିଟିଭ ଜଣାପଡିଛନ୍ତି । ଆଜି ଚିହ୍ନଟ ହୋଇଥିବା ୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଂଚିଲା । ଏହି ୬ ଜଣ ଆକ୍ରାନ୍ତଙ୍କୁ ଆଜି ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେର କୋଭିଡ ହସପିଟାଲରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ୫ ଜଣକ ମଧ୍ୟରୁ ୩ ଜଣଙ୍କୁ ନିଜ ଘରେ isolation ରେ ରହିବାକୁ ପରାମର୍ଶ ଦିଆଯାଇଥିବାବେଳେ ୨ ଜଣକୁ ବଅଁରପାଳ ସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲର କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ପଠାଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୨୨୬ ଜଣଙ୍କୁ ମିଶାଇ ସୁସୁଙ୍କ ସଂଖ୍ୟା ୨୩୧ ରେ ପହଞ୍ଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।