ମଣ୍ଡପରେ ଗଣେଶ ପୂଜା ବନ୍ଦ ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ବାରା ନିର୍ଦ୍ଦେଶନାମା ଜାରି

ଅନୁଗୋଳ(IYA NEWS:19/08/2020):
ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ବିଘ୍ନରାଜ ଗଣେଶଙ୍କର ମଣ୍ଡପରେ ହେଉଥିବା ପୂଜାକୁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅନୁମତି ଦିଆଯିବନାହିଁ । ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇ ଜିଲ୍ଲା ପ୍ରଶାସନ ତରଫରୁ ଏହି ପଦକ୍ଷେପ ନିଆଯାଇଛି । ଏହି ପୂଜାକୁ ନିକ ନିଜ ଘରେ ସୀମିତ ୪ରୁ ୫ଜଣ ସଦସ୍ୟ ସଦସ୍ୟଙ୍କୁ ନେଇ କୋଭିଡ - ୧୯ ନିର୍ଦ୍ଦେଶନାମା ଅନୁପାଳନ ଆଧାରରେ ପୂଜା କରାଯାଇପାରିବ । ଏହି ନିର୍ଦ୍ଦେଶନାମାର ଅବମାନନା କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।