ଅାଜି ଅନୁଗୋଳ ଜିଲ୍ଲାରୁ ୧୦ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୬୨୯ରେ ।

ଅନୁଗୋଳ(IYA NEWS:21/08/2020):
ଜିଲ୍ଲାରୁ ଆଜି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ୩ ଜଣ , ବଅଁରପାଳ  ବ୍ଲକ ଓ କିଶୋରନଗର ବ୍ଲକ ଅଞ୍ଚଳରୁ ୨ ଜଣ ଲେଖାଏଁ , ଅନୁଗୋଳ ବ୍ଲକ, ପାଲଲହଡା ବ୍ଲକ ଓ ଅନୁଗୋଳ ପୋୖରାଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୨ ବର୍ଷୀୟ ପୁରୁଷ ଓ ୨ ଜଣ ମହିଳା ଯାହାଙ୍କ ବୟସ ୩୦ ଓ ୩୨ ଅଟେ । ମହିଳା ୨ ଜଣ ଭୁବନେଶ୍ୱରର ପୃଥକ ପୃଥକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ସମୟରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷଙ୍କ ବୟସ ୬୬ ବର୍ଷ ଓ ଜଣେ ମହିଳାଙ୍କ ବୟସ ୫୭ ବର୍ଷ ଅଟେ । ଏମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୪୪ ବର୍ଷୀୟ ପୁରୁଷ ଓ ଜଣେ ୫୩ ବର୍ଷୀୟା ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଅନୁଗୋଳ ବ୍ଲକ ଅଞ୍ଚଳର ଜଣେ ୩୨ ବର୍ଷୀୟ ପୁରୁଷ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ ହୋଇଥିବା ଜଣାପଡିଛି । ସେହିପରି ବ୍ଲକର ଜଣେ ୨୧ ବର୍ଷୀୟା ମହିଳା ଓ ଅନୁଗୁଳ ପୋୖରାଞ୍ଚଳର ଜଣେ ୩୧ ବର୍ଷିଆ ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ତାଳଚେର କୋଭିଡ଼ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ଆଜି ତାଳଚେର କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇଥିବା ଜଣେ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନ ରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୪୦୬ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୪୦୭ ରେ ପହଞ୍ଚିଛି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।