ଆଜି ଅନୁଗୋଳରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୩୧ରେ - ସୁସ୍ଥ ହେଲେ ୧୧ ଜଣ ।

ଅନୁଗୋଳ(IYA NEWS:10/08/2020):
ଆଜି ଅନୁଗୋଳ ଜିଲ୍ଲାରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ପୌରାଞ୍ଚଳରୁ ୨ ଜଣ ଓ ବଅଁରପାଳ ଓ ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଅନୁଗୋଳ ପୌରାଞ୍ଚଳରୁ ଜଣେ ୨୨ ବର୍ଷିୟ ପୁରୁଷ ଓ ଜଣେ ୫୫ ବର୍ଷିୟା ମହିଳା କଟକରୁ ଫେରି ହୋମ କ୍ଵରାଣ୍ଟାଇନ୍ ଥିବା ଅବସ୍ଥାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଂଚଳର ଜଣେ ୨୯ ବର୍ଷିୟ ପୁରୁଷ ମହାରାଷ୍ଟ୍ରରୁ ଫେରି ହୋମ କ୍ୟୁରାଣ୍ଟାଇନରେ ଥାଇ ପଜିଟିଭ ହୋଇଥିବାବେଳେ ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ଜଣେ ୨୩ ବର୍ଷିୟ ପୁରୁଷ ଗୁଜୁରାଟରୁ ଫେରି ହୋମ କ୍ଵରାଣ୍ଟାଇନ୍ ଥିବା ଅବସ୍ଥାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ଆକ୍ରାନ୍ତକୁ ଆଜି ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ୧୧ଜଣ ସୁସ୍ଥ ହୋଇ ନିଜ ଘରେ isolation ରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୩୧୯ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୩୦ ରେ ପହଂଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।