ଆଜି ଅନୁଗୋଳରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୫୭ ରେ ।

ଅନୁଗୋଳ(IYA NEWS:03/08/2020):
ଆଜି ଅନୁଗୋଳ ଜିଲ୍ଲାରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ୍ ଅଂଚଳରୁ ୯ ଜଣ,ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ ଓ ତାଳଚେର ବ୍ଲକ ଅଂଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକରୁ ଚିହ୍ନଟ ହୋଇଥିବା ୯ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୭ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୧୯,୨୦,୨୧,୨୪,୩୧,୪୨ ଓ ୪୯ ବର୍ଷ ହୋଇଥିବାବେଳେ ୨ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୩୭ ଓ ୪୫ ବର୍ଷ ଅଟେ । ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଯାହାଙ୍କ ବୟସ ୪୫ ବର୍ଷ ଓ ଜଣେ ବାଳକଙ୍କ ବୟସ ୧୧ ବର୍ଷ ଅଟେ। ଏମାନେ କିଛିଦିନ ତଳେ ଗଜପତି ଜିଲ୍ଲାରୁ ଫେରି ହୋମ କ୍ୱାରାଣ୍ଟାଇନରେ ଥିଲେ । ସେହିପରି ତାଳଚେର ବ୍ଲକରୁ ଚିହ୍ନଟ ହୋଇଥିବା ୪୪ ବର୍ଷିୟା ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଏହି ୧୨ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେର କୋଭିଡ ହସପିଟାଲରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଥୁବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ନିଜ ଘରେ Isolation ରେ ରହିବାକୁ ପରାମର୍ଶ ଦିଆଯାଇଥିବାବେଳେ ୫ ଜଣକୁ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ପଠାଯାଇଛି ।ପୂର୍ବରୁ ସୁସ୍ଥ ହୋଇଥିବା ୨୩୧ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୩୯ ରେ ପହଂଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।