ଆଜି ଅନୁଗୋଳରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୬୩ରେ ।

ଅନୁଗୋଳ(IYA NEWS:13/08/2020):
 ଜିଲ୍ଲାରୁ ଆଜି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ପାଲଲହଡା ବ୍ଲକ ଅଞ୍ଚଳରୁ ସର୍ବାଧିକ ୫ ଜଣ , କଣିହାଁ ଓ ତାଳଚେର ବ୍ଲକ ଅଞ୍ଚଳରୁ ୨ ଜଣ ଲେଖାଏଁ ଓ ଜଣେ ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ପାଲଲହଡା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୪୮ , ୩୨ ଓ ୩୪ ବର୍ଷ ହୋଇଥିବା ବେଳେ ୨ ଜଣ ମହିଳାଙ୍କ ବୟସ ୨୫ ଓ ୫୨ ବର୍ଷ ଅଟେ । ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । କଣିହାଁ ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣ ପୁରୁଷଙ୍କ ବୟସ ୪୫ ଓ ୩୬ ବର୍ଷ ଓ ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ତାଳଚେର ବ୍ଲକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣକ ମଧ୍ୟରେ ଜଣେ ୩୦ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ବେଳେ ଜଣେ ୫୪ ବର୍ଷିୟ ପୁରୁଷ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର କରୋନା ପଜିଟିଭ ଜଣାପଡିଛି । ସେହିପରି ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣେ ୨୬ ବର୍ଷିୟ ପୁରୁଷ ପଶ୍ଚିମବଙ୍ଗରୁ ଫେରି ଏକ କ୍ଲଷ୍ଟର ଅସ୍ଥାୟୀ ମେଡିକାଲ ଶିବିରରେ ସଙ୍ଗରୋଧରେ ଥିଲେ । ଆଜି ଆକ୍ରାନ୍ତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଚିକିତ୍ସା ନିମନ୍ତେ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୫ ଜଣକୁ ନିଜ ଘରେ ଆଇସୋଲେସନରେ ଏବଂ ଜଣଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୧୦ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୩ରେ ପହଞ୍ଚିଲା । ଇତି ମଧ୍ୟରେ ସୁସ୍ଥ ହୋଇଥିବା ୨ ଜଣକୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୩୪୭ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୪୯ ରେ ପହଞ୍ଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।