ଆଜି ଅନୁଗୋଳରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ - ସୁସ୍ଥ ହେଲେ ୩୮ ଜଣ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୧୮ରେ ।

ଅନୁଗୋଳ(IYA NEWS:08/08/2020):
ଆଜି ଅନୁଗୋଳ ଜିଲ୍ଲାରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବଅଁରପାଳ ବ୍ଳକ୍ ଅଂଚଳରୁ ସର୍ବାଧିକ ୧୦ ଜଣ, ଅନୁଗୋଳ ବ୍ଳକ୍ ଅଂଚଳରୁ ୫ ଜଣ,ତାଳଚେର ବ୍ଲକ୍ ଅଂଚଳରୁ ୩ ଜଣ,ପାଳଲହଡା ବ୍ଳକ୍ ଅଂଚଳରୁ ୨ ଜଣ,ଅନୁଗୋଳ ପୌରାଂଚଳରୁ ୨ ଜଣ ଓ ଜଣେ କିଶୋରନଗର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।ବଅଁରପାଳ ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୧୦ ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୫,୨୫,୨୭,୩୩,୩୯ ଓ ୫୦ ବର୍ଷ ହୋଇଥିବାବେଳେ ୩ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୩୦,୩୦,୨୦ ଓ ଜଣେ ବାଳକ ବୟସ ୧୩ ବର୍ଷ ଅଟେ । ୩୦ ବର୍ଷିୟା ମହିଳା ଜଣଙ୍କ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ହୋଇଥିବାର ଜଣାପଡିଛି । ଅବଶିଷ୍ଟ ୯ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି ।ଅନୁଗୋଳ ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ମହିଳାଙ୍କ ବୟସ ଯଥାକ୍ରମେ ୨୬,୩୯,୬୦ ଓ ୭୦ ବର୍ଷ ହୋଇଥିବାବେଳେ ଜଣେ ପୁରୁଷଙ୍କ ବୟସ ୨୩ ବର୍ଷ ଅଟେ । ୨୬,୩୯ ଓ ୬୦ ବର୍ଷିୟା ମହିଳା ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୭୦ ବର୍ଷିୟା ମହିଳା ଜଣଙ୍କ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୨୩ ବର୍ଷିୟ ପୁରୁଷ ଜଣକ ଭୁବନେଶ୍ବରର ଏକ ସରକାରୀ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷଙ୍କ ବୟସ ୨୬,ଜଣେ ମହିଳାଙ୍କ ବୟସ ୨୩ ଓ ଜଣେ ଶିଶୁର ବୟସ ୨ ବର୍ଷ ଅଟେ । ଏହି ୩ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ପାଳଲହଡା ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୩୧ ବର୍ଷୟ ଓ ଜଣେ ୪୪ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ପୌରାଂଚଳରୁ ଚିହ୍ନଟ ହୋଇଥିବା ୨ ଜଣକ ମଧ୍ୟରେ ଜଣେ ପୁରୁଷ ଯାହାଙ୍କ ବୟସ ୫୫ ଓ ଜଣେ ମହିଳାଙ୍କ ବୟସ ୨୩ ବର୍ଷ ଅଟେ । ପୁରୁଷ ଜଣକ ଅନ୍ୟ ଆକ୍ରାନ୍ତଙ୍କ ସଂପର୍ଶରେ ଆସିଥିବାବେଳେ ମହିଳା ଜଣଙ୍କ ଗଂଜାମରୁ ଫେରି ପେଡ୍ କ୍ଵରାଣ୍ଟାଇନରେ ଥିଲେ । ସେହିପରି କିଶୋରନଗର ବ୍ଳକରୁ ଚିହ୍ନଟ ହୋଇଥିବା ଜଣେ ୭୦ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨୩ ଜଣ ଆକ୍ରାନ୍ତକ ମଧ୍ୟରୁ ୧୮ ଜଣ ଆକ୍ରାନ୍ତକୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୨୩ ଜଣ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୮ ରେ ପହଂଚିଲା ଇତି ମଧ୍ୟରେ ୩୮ଜଣ ସୁସ୍ଥ ହୋଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ୨୬୭ ଜଣଙ୍କୁ ମିଶାଇ ସୁସ୍ଥଙ୍କସଂଖ୍ୟା ୩୦୫ ରେ ପହଂଚିଲାଣି ।
Report By :- Bhaktiprasad Pradhan 
IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iyanews )

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।