ଆଜି ଅନୁଗୋଳରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୭୫ରେ ।

ଅନୁଗୋଳ(IYA NEWS:14/08/2020):
 ଆଜି ଅନୁଗୋଳ ଜିଲ୍ଲାରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଂଚଳରୁ ସର୍ବାଧିକ ୭ ଜଣ, ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ, ଅନୁଗୋଳ,କଣିହାଁ ଓ ବଅଁରପାଳ ବ୍ଳକ୍ ଅଂଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୧୮,୧୮,୨୨,୨୩,୨୬ ଓ ୫୨ ବର୍ଷ ହୋଇଥିବା ବେଳେ ଜଣେ ମହିଳାଙ୍କ ବୟସ ୫୯ ବର୍ଷ ଅଟେ | ଏହି ମହିଳା ଜଣଙ୍କ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ପଜିଟିଭ ହୋଇଛନ୍ତି । ସେହିପରି ୬ ଜଣ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି ।ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତ ପୁରୁଷଙ୍କ ବୟସ ଯଥାକ୍ରମେ ୪୦ ଓ ୪୦ ବର୍ଷ ହୋଇଥିବାବେଳେ ସେମାନେ ପଶ୍ଚିମବଙ୍ଗରୁ ଆସି ବ୍ଳକର ଏକ ପ୍ରକଳ୍ପରେ କାର୍ଯ୍ୟରତ ଅବସ୍ଥାରେ ପଜିଟିଭ ହୋଇଛନ୍ତି । ଅନୁଗୋଳ ବ୍ଳକ୍ ଅଂଚଳରୁ ଜଣେ ୩୧ ବର୍ଷୟ ମହିଳା ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ପଜିଟିଭ ହୋଇଛନ୍ତି । କଣିହାଁ ବ୍ଳକ୍ ଅଂଚଳରେ ଚିହ୍ନଟ ହୋଇଥିବା ଜଣେ ୫୮ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଂଚଳରେ ଚିହ୍ନଟ ହୋଇଥିବା ଜଣେ ୫୨ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତମାନଙ୍କର ଚିକିତ୍ସା ନିମନ୍ତେ ସ୍ଥାନାନ୍ତର ଚାଲୁରହିଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତିମଧ୍ୟରେ ୧୧ ଜଣ ସୁସ୍ଥ ହୋଇ ନିଜ ଘରେ Isolation ରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥୁବା ୩୪୯ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୬୦ ରେ ପହଂଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।