ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ।

ଅନୁଗୋଳ(IYA NEWS:19/08/2020):
କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ବ୍ଲକ
ଜାମୁନାଳୀଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଏହାର ମରାମତି ପାଇଁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବଇଣ୍ଡା ନାଗରିକ ମଞ୍ଚ ପକ୍ଷରୁ ରଣଜିତ ପଟ୍ଟନାୟକ, ସରପଞ୍ଚ ଜଳଧର ସାହୁ, ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ, ଶିକ୍ଷାବିତ୍ ବିଚିତ୍ରାନନ୍ଦ ସାହୁ, ବେଣୁଧର ଦେହୁରୀ, ପବନ ଅଗ୍ରୱାଲା ପ୍ରମୁଖ ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ହେଉଛି। ଜମି ଚିହ୍ନଟ ଠିକ୍ ଭାବେ କରାଯାଉନାହିଁ । ବଇଣ୍ଡା, ନୁନୁକାପଶି, କଦଳୀମୁଣ୍ଡା ଆଦି ଅଞ୍ଚଳରେ ୨ବର୍ଷ ହେବ ଉଚ୍ଛେଦ ସରିଥିଲେ ବି ରାସ୍ତା ନିର୍ମାଣ ହେଉନାହିଁ । ୫ ଶହରୁ ଅଧୁକ ଉଠାଦୋକାନୀ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କ୍ଷତିପୂରଣ ଦିଆଯାଉନାହିଁ। ବଇଣ୍ଡାଠାରୁ ଲୁହାମୁଣ୍ଡା ପର୍ଯ୍ୟନ୍ତ ୪ କି.ମି. ରାସ୍ତା କଦର୍ଯ୍ୟ ହୋଇପଡ଼ିଛି। ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲାପାଳଙ୍କୁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।