ଆଜି ଅନୁଗୋଳରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୪୨ରେ - ସୁସ୍ଥ ହେଲେ ୧୪ ଜଣ ।

ଅନୁଗୋଳ(IYA NEWS:11/08/2020):
ଆଜି ଅନୁଗୋଳ ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍, କଣିହାଁ ବ୍ଳକ୍ ଓ ତାଳଚେର ପୌରାଞ୍ଚଳରୁ ୩ ଜଣ ଲେଖାଏଁ ଓ ଅନୁଗୋଳ ବ୍ଳକ୍ ଅଂଚଳରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାକ ମଧ୍ୟରେ ଜଣେ ୨୮ ଓ ଜଣେ ୧୮ ବର୍ଷିୟ ପୁରୁଷ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପଜିଟିଭ ହୋଇଥିବାର ଜଣାପଡିଛି । ଅନ୍ୟ ଜଣେ ବଅଁରପାଳ ଶିଳ୍ପାଞ୍ଚଳର ୨୭ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । କଣିହାଁ ବ୍ଲକର ଏକ ଶିଳ୍ପାଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୫ ବର୍ଷିୟା ମହିଳା,ଜଣେ ୧୫ ବର୍ଷିୟା ବାଳିକା ଓ ଜଣେ ୪ ବର୍ଷୟ ଶିଶୁ ପୁତ୍ର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଳଚେର ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ମଧ୍ୟରେ ୨ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୧୮ ଓ ୫୦ ବର୍ଷ ହୋଇଥିବାବେଳେ ଜଣେ ମହିଳାଙ୍କ ବୟସ ୪୫ ବର୍ଷ ଅଟେ ।ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳ ବ୍ଲକରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଯାକ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୩ ଓ ୪୧ ବର୍ଷ ଅଟେ । ଏମାନେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପଜିଟିଭ ହୋଇଥିବାର ଜଣାପଡିଛି । ଏମାନଙ୍କ ମଧ୍ୟରୁ ୭ ଜଣ ଆକ୍ରାନ୍ତକୁ ଚିକିତ୍ସା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ସୁସ୍ଥ ହୋଇଥିବା ୧୪ଜଣକୁ ନିଜ ଘରେ Isolation ରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୩୩୦ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୪୪ ରେ ପହଂଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।