ଜିଲ୍ଲାରେ ଅାଜି ୯ କରୋନା ଅାକ୍ରାନ୍ତ ଚିହ୍ନଟ । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୯ରେ ପହଞ୍ଚିଲା ।

ଅନୁଗୋଳ(IYA NEWS:20/08/2020):
ଅନୁଗୋଳ ଜିଲାରୁ ୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତାଳଚେର ଓ କିଶୋରନଗର ବ୍ଲକର ୪ ଜଣ ଲେଖାଏଁ ଓ ବଅଁରପାଳ ବ୍ଲକର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକରୁ ଚିହ୍ନଟ ହୋଇଥିବା ୪ ଜଣ ଆକ୍ରାନ୍ତ ପୁରୁଷଙ୍କ ବୟସ ଯାଥାକ୍ରମେ ୨୫,୨୨,୨୮ ଓ ୪୨ ବର୍ଷ ଅଟେ । କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୪ଜଣଙ୍କ ମଧ୍ୟରୁ ୨ଜଣ ପୁରୁଷଙ୍କ ବୟସ ୩୦ ଓ ୧୮ ହୋଇଥିବା ବେଳେ ୨ଜଣ ମହିଳାଙ୍କ ବୟସ ୨୦  ଓ ୩୫ ବର୍ଷ ଅଟେ । ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସେହି ପରି ବଅଁରପାଳ ବ୍ଲକ ଅଞ୍ଚଳର ଏକ ଶିଳ୍ପାଞ୍ଚଳରୁ ଜଣେ  ୪୪ ବର୍ଷିୟା ମହିଳା ଭୁବନେଶ୍ବରର ଏକ ଘରୋଇ ହସିପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ହୋଇଥିବାର ଜଣାପଡିଛି । ଏହି ୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣଙ୍କର ଚିକିତ୍ସା ନିମନ୍ତେ ପଦକ୍ଷେପ ନିଆଯାଇଛି ବୋଲି ଅନୁଗୁଳ ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେରର କୋଭିଡ ହସପିଟାଲରୁ ସୁସ୍ଥ ହୋଇଥିବା  ୯ ଜଣଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୩୯୨ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୪୦୧ରେ ପହଁଚିଛି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।