ଟିକରପଡା ବନ୍ୟାଞ୍ଚଳ ପରିଦର୍ଶନ କଲେ ଅାଠମଲ୍ଲିକ ବିଧାୟକ ।

ଅନୁଗୋଳ(IYA NEWS:19/08/2020):
ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଟିକରପଡାରେ ଅାଜି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ବିଧାୟକ ପ୍ରଥମେ ମଝିପଡା,ଗଇଁଦି,ବେହେର‍ସାହି ଓ ପରେ ଟିକରପଡା ଅଞ୍ଚଳ ଅାଦି ବୁଲି ଦେଖିଥିଲେ । ବର୍ତ୍ତମାନ କୌଣସି ବନ୍ୟା ହେବା ସ୍ଥିତି ସମ୍ଭାବନା ନାହିଁ କିନ୍ତୁ ବନ୍ୟା ହେବାର ସମ୍ଭାବନା ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ସହ ଖୁବଶୀଘ୍ର ଟିକରପଡାରେ ଏକ ବନ୍ୟା ଅାଶ୍ରୟସ୍ଥଳୀ ହେବା ନେଇ ସରକାରଙ୍କ ନିକଟରେ ଦାବି ଜଣାଯାଇଛି ବୋଲି ବିଧାୟକ ସାଏ କହିଛନ୍ତି । ପରିଦର୍ଶନରେ ତାଙ୍କ ସହ ଅନୁଗୋଳ ତହସିଲଦାର ନେହେରୁ ମାଝ ,ଟିକରପଡା ସମିତିସଭ୍ୟ,ପୁରୁଣ‍ାକୋଟ ସମିତିସଭ୍ୟ,ଜଗନ୍ନାଥପୁର ସରପଞ୍ଚ,ଶରଧାପୁର ସରପଞ୍ଚଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।