ଖରିଫ ଧାନ ସଂଗ୍ରହ ପାଇଁ ଟାଇଁସି ସେବା ସମବାୟ ସମିତିରେ ଅାରମ୍ଭ ହେଲା ଚାଷୀ ପଞ୍ଜିକରଣ ପ୍ରକ୍ରିୟା ।

ଅନୁଗୋଳ(IYA NEWS:02/08/2020):ସର୍ବନିମ୍ନ ସହାୟକ ମୂଲ୍ୟରେ ଚଳିତ ବର୍ଷରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ ୧ ତାରିଖରୁ ଆରମ୍ଭ କରାଯାଇଛି ।ସେହିପରି ଅନୁଗୋଳ ଜିଲ୍ଲ‍ା ଟାଇଁସି ସେବା ସମବାୟ ସମିତିରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ରବିବାର ଠାରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅାରମ୍ଭ ହୋଇଛି । ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ନୂତନ ଚାଷୀ ଯେପରି ସେମାନଙ୍କର ନାମ ପଞ୍ଜିକରଣ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବା ସହିତ ଚାଷୀମାନଙ୍କର ଏକ ନିର୍ଭୁଲ ନାମ ପଞ୍ଜିକରଣ ତାଲିକା ପ୍ରସ୍ତୁତ କରାଯିବ ବୋଲି ସମବାୟ ସମିତି ସଂପାଦକ ଗୁଣନିଧି ପ୍ରଧାନ କହିଛନ୍ତି ।ପ୍ରଥମ ଦିନରେ ୧୦ ଜଣ ଚାଷୀ ନବୀକରଣ ଫର୍ମ ପଞ୍ଜିକରଣ କରିଛନ୍ତି । ସମିତି ସଂପାଦକ ଶ୍ରୀପ୍ରଧାନ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିବାକୁ ଚାଷୀ ମାନଙ୍କୁ ନିବେଦନ କରିଛନ୍ତି । 

ସରକାରଙ୍କ ନିୟମାନୁଯାୟୀ ଅଗଷ୍ଟ ୧ ତାରିଖରୁ ୩୧ ତାରିଖ ମଧ୍ୟରେ ଚାଷୀମାନଙ୍କ ନିକଟରୁ ଆବେଦନପତ୍ର ଗ୍ରହଣ କରାଯିବ । ଇଚ୍ଛୁକ ଚାଷୀମାନେ ନିର୍ଦ୍ଦିଷ୍ଟ ଆବେଦନପତ୍ର ପୂରଣ କରି ସମସ୍ତ ତଥ୍ୟ ସହ ସମବାୟ ସମିତିରେ ଦାଖଲ କରିପାରିବେ । ଅଗଷ୍ଟ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ନବୀକରଣ ଫର୍ମ ଏବଂ ନୂତନ ନାମ ପଞ୍ଜିକରଣ ଫର୍ମ ଚାଷୀମାନଙ୍କ ନିମନ୍ତେ ପ୍ୟାକ୍‌‌ସ ଆଦିରେ ଉପଲବ୍ଧ ହେବ । ଯେଉଁମାନେ ଗତବର୍ଷ ଖରିଫ ଧାନ ବିକ୍ରି ନିମନ୍ତେ ନାମ ପଞ୍ଜିକରଣ କରିଥିଲେ ସେମାନଙ୍କୁ କେବଳ ନାମ ନବୀକରଣ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଫର୍ମରେ ଆବେଦନକରିବାକୁ ପଡ଼ିବ । ନବୀକରଣ ସମୟରେ ଜମି ବାବଦ ତଥ୍ୟାବଳୀ ଦେବା ପାଇଁ ମଧ୍ୟ ସୁଯୋଗ ଦିଆଯିବ । ନୂତନ ଭାବେ ନାମ ପଞ୍ଜିକରଣ କରୁଥିବା ଚାଷୀମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ସହିତ ଏଥିରେ ଜମିର ପରିମାଣ, ବ୍ୟାଙ୍କ ଆକାଉଣ୍ଟ, ଆଧାରକାର୍ଡ ନମ୍ବର, ମୋବାଇଲ ନମ୍ବର ଆଦି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡ଼ିବ । ଭାଗଚାଷୀଙ୍କ ଦ୍ୱାରା ଧାନ ବିକ୍ରି ନିମନ୍ତେ ଜମି ମାଲିକଙ୍କ ସମ୍ମତି ପତ୍ର ଆବଶ୍ୟକ ହେବ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।