ଆଜି ଅନୁଗୋଳରେ ୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ । ପଜିଟିଭ ସଂଖ୍ୟା ପହଁଚିଲା ୫୩୧ ।

ଅନୁଗୋଳ(IYA NEWS:17/08/2020):
ଆଜି ଅନୁଗୋଳ ଜିଲ୍ଲାରୁ ୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ଆକ୍ରାନ୍ତ ଙ୍କ ସଂଖ୍ୟା ୫୩୧ ରେ ପହଁଚିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଲକ ଅଂଚଳରୁ ୨ ଜଣ,ଅନୁଗୋଳ ବ୍ଲକ ଅନୁଗୋଳ
ପୌରାଞ୍ଚଳ,ତାଳଚେର ବ୍ଲକ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଁଏ ଚିହ୍ନଟ ହୋଇଛନ୍ତି । ଛେଣ୍ଡିପଦା ବ୍ଲକ ଅଂଚଳର ଏକ ଶିଳ୍ପାଞ୍ଚଳରୁ ଜଣେ ୪୭ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସେହିପରି ଏହି ବ୍ଲକ ଅଂଚଳର ଅସ୍ଥାୟୀ ମେଡିକାଲ ଶିବିରରୁ ଜଣେ ୨୧ ବର୍ଷିୟ ଯୁବକ ହରିୟାନା ରୁ ଫେରି ସଙ୍ଗରୋଧରେ ଥିବା ବେଳେ ତାଙ୍କର ପଜିଟିଭ୍ ବାହାରିଛି । ଅନୁଗୋଳ ବ୍ଲକ ଅଂଚଳର ଜଣେ ୫୬ ବର୍ଷିୟ ପୁରୁଷ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କରୋନା ପଜିଟିଭ୍ ଜଣାପଡିଛନ୍ତି । ଅନୁଗୋଳ ପୌରାଂଚଳର ଜଣେ ୪୨ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଜଣାପଡିଛି । ତାଳଚେର ବ୍ଲକ ଅଂଚଳର ଜଣେ ୪୨ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ତାଳଚେର ପୌରାଂଚଳର ଜଣେ ୧୦ ବର୍ଷିୟା ବାଳିକା ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭି୍ ଚିହ୍ନଟ ହୋଇଛନ୍ତି । ଏହି ୦୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦୫ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।