ଜମି କିଣିବାର ଘଣ୍ଟାଏ ମଧ୍ୟରେ କ୍ରେତାଙ୍କୁ ମିଳିଲା ପଟ୍ଟା ।

କିଶୋରନଗର(IYA NEWS:21/08/2020):
ଜମି କିଣିବାର ଘଣ୍ଟାକ ମଧ୍ୟରେ କ୍ରେତାଙ୍କୁ ନୂଆ ପଟ୍ଟା ଦେବାରେ କିଶୋରନଗର ତହସିଲ ଅନୁଗୋଳ ଜିଲ୍ଲାରେ ରେକର୍ଡ କରିଛି। ରାଜ୍ୟ ସରକାରଙ୍କ ନୂତନ ଭୂସଂସ୍କାର ଆଇନ ଅନୁଯାୟୀ ଜମି କିଣିବାର ସାତ ଦିନ ମଧ୍ୟରେ ନୂଆ ପଟ୍ଟା ଦେବାକୁ ନିର୍ଦେଶ ଦିଆଯାଇଛି।ଅାଜି କିଶୋରନଗର ତହସିଲ କର୍ମଚାରୀଙ୍କ ଉଦ୍ୟମରୁ ଜଣେ ବ୍ୟକ୍ତି ଘଣ୍ଟାଏ ମଧ୍ୟରେ ନୂଆ ପଟ୍ଟା ପାଇଛନ୍ତି।କିଶୋରନଗର ବ୍ଲକ ପର୍ଶୁମାଳ ଗ୍ରାମର ସୁଜିତ କୁମାର ସାହୁ କିଶୋରନଗର ତହସିଲ ଅନ୍ତର୍ଗତ ପର୍ଶୁମାଳ ମୌଜାରେ ମହାଦେବ ସାହୁଙ୍କୁ ଠାରୁ ଆଜି ଏକ ପ୍ଲଟ କିଣିଥିଲେ। ଘଣ୍ଟାକ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଦ୍ୟମରେ ପଟ୍ଟା ପ୍ରସ୍ତୁତ ହୋଇ ସୁଜିତ କୁମାର ସାହୁଙ୍କୁ ଦିଆଯାଇଥିଲା।କିଶୋରନଗର ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁ,ରେଭୁନ୍ୟୁ ଅାସିଷ୍ଟାଣ୍ଟ ସୁଶ୍ରୀମଞ୍ଜରୀ ପ୍ରଧାନ,ରେଜିଷ୍ଟ୍ରେସନ କ୍ଲର୍କ ଅରବିନ୍ଦ ନାୟକ ଓ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ । 
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Post a Comment

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।