ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ଉଠିଲା ।

ଅନୁଗୋଳ(IYA NEWS:01/09/2020):
କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବାରୁ ଏହାକୁ ପ୍ରତିହତ କରିବା ନିମନ୍ତେ , ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ତରଫରୁ ୩୧ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାର ଅନୁପାଳନକୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ମନୋଜ କୁମାର ମହାନ୍ତି ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଚଳିତ ସେପ୍ଟେମ୍ବର ମାସ ୦୧ ତାରିଖରୁ ୩୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟନମେଣ୍ଟ ଜୋନକୁ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳ ନିମନ୍ତେ କ୍ରିୟାକଳାପକୁ ପୁନଃ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳଙ୍କ ବିନା ଅନୁମତିରେ କୌଣସି ସ୍ଥାନୀୟ ଅଧିକାରୀ / ଲୋକ ପ୍ରତିନିଧି ଜିଲ୍ଲାର କୌଣସି ସ୍ଥାନରେ ସଟ୍ - ଡ଼ାଉନ୍ କିମ୍ବା ଲକ୍ - ଡାଉନ କରିପାରିବେ ନାହିଁ । ତେବେ ଏହି ସମୟ ମଧ୍ୟରେ ଅନୁଗୁଳ ଜିଲ୍ଲାର ବଜାର ସ୍ୱଭାବିକ ଭାବେ ଖୋଲା ରହିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ପୂର୍ବରୁ ଏହା ସକାଳ ୬ ଟା ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଖୋଲା ଯାଉଥିଲା ।
ପୂର୍ବ ନିର୍ଦ୍ଦେଶନାମା ଭଳି ସମସ୍ତ ସିନେମା ହଲ୍ , ସୁଇମିଂ ପୁଲ୍ ,ଆମୋଦ ପ୍ରମୋଦ ପାର୍କ , ଥିଏଟର , ବାର୍ , ପ୍ରେକ୍ଷାଳୟ , ସମାଗମ ପ୍ରକୋଷ୍ଠ ଆଦି ବନ୍ଦ ରହିବ । ଏହା ଛଡ଼ା , ସମସ୍ତ ସାମାଜିକ ,ରାଜନୈତିକ , କ୍ରୀଡ଼ା , ମନୋରଞ୍ଜନ , ପାଠ୍ୟ ସମ୍ବନ୍ଧୀୟ ,ସାଂସ୍କୃତିକ , ଧାର୍ମିକ ସମାବେଶ ସମେତ ଯେକୌଣସି ଜନସମାଗମ କାର୍ଯ୍ୟକ୍ରମ ବନ୍ଦ ରହିବ । କିନ୍ତୁ , ଖୋଲା ମଞ୍ଚ ଭଳି ସ୍ଥାନ ଗୁଡ଼ିକରେ ୨୧ ସେପ୍ଟେମ୍ବର ଠାରୁ ସରକାରଙ୍କର ଏସ୍.ଓ.ପି. ଅନୁଯାୟୀ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିବ । ସମସ୍ତ ସ୍କୁଲ , କଲେଜ୍ ,ଆଙ୍ଗନୱାଡ଼ି , ପ୍ରଶିକ୍ଷଣ ଓ କୋଚିଙ୍ଗ ସେଣ୍ଟର୍ ଆଗାମୀ ଅକ୍ଟୋବର ମାସ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ । କିନ୍ତୁ ପରୀକ୍ଷା ପରିଚାଳନା ,ଖାତା ଦେଖା ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ଚାଲୁ ରହିବ । ସମସ୍ତ ତାଲିମ ଓ ପ୍ରଶିକ୍ଷଣ କେନ୍ଦ୍ର ଗୁଡ଼ିକ ଅନଲାଇନ୍ ମାଧ୍ୟମରେ ଶିକ୍ଷା ଦେବା ସହିତ ଜାତୀୟ ଦକ୍ଷତା ତାଲିମ କେନ୍ଦ୍ର , ଶିଳ୍ପ ତାଲିମ ଅନୁଷ୍ଠାନ ( ଆଇ.ଟି.ଆଇ. ) ଭଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦକ୍ଷତା ଓ ଉଦ୍ୟୋଗ ତାଲିମ ଅନୁଷ୍ଠାନ ଗୁଡ଼ିକ ୨୧ ସେପ୍ଟେମ୍ବର ଠାରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିପାରିବେ । ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଅନୁମତି କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ୫୦ % ଶିକ୍ଷକ ଓ ଅଣ ଶିକ୍ଷକଙ୍କୁ ନେଇ ଅନ୍ - ଲାଇନ୍ ଶିକ୍ଷାଦାନ ଓ ଦୂରୋପଦେଶ କାର୍ଯ୍ୟକ୍ରମ କରିପାରିବେ । ସମସ୍ତ ଧାର୍ମିକ ପୂଜା ସ୍ଥଳୀ ବନ୍ଦ ରହିବ । କେବଳ ପୂଜକଙ୍କ ଦ୍ବାରା ବିଧିକାର୍ଯ୍ୟ କରାଯାଇପାରିବ । ଜିଲ୍ଲା ଭିତରେ ଏବଂ ରାଜ୍ୟ ମଧ୍ୟରେ ବସ ସହିତ ସବୁ ଗାଡ଼ି ଯଥା ଟାକସି , ଅଟୋରିକ୍ସ , କାର ଓ ଦୁଇ ଚକିଆ ଯାନ ଇତ୍ୟାଦି ଚଳାଚଳ କରିପାରିବ । ଆନ୍ତରାଜ୍ୟ ଓ ଅନ୍ତଃରାଜ୍ୟ ବସ୍ ସେବା ସେପ୍ଟେମ୍ବର ୦୧ ଠାରୁ ଅନୁମୋଦିତ ଅଟେ । ରାଜ୍ୟ ବାହାରେ ଓ ରାଜ୍ୟ ମଧ୍ୟରେ ସମସ୍ତ ମାଲ୍ ଏବଂ ଯାତ୍ରୀ ବିନା ଅବରୋଧରେ ଚଳ ପ୍ରଚଳ କରିପାରିବେ । ଏଥିପାଇଁ କୌଣସି ଅନୁମତି , ସ୍ଵିକୃତି ଓ ଇ - ପାସ୍ ର ଆବଶ୍ୟକତା ନାହିଁ । ପ୍ରତ୍ୟେକ ଲୋକ ସେମାନଙ୍କ ମଧ୍ୟରେ ଅତି କମରେ ୬ ଫୁଟ ସାମାଜିକ ଦୂରତା ବଜାୟ ରବେ । ବ୍ୟବସାୟୀକ ପ୍ରତିଷ୍ଠାନରେ ସାମାଜିକ ଦୂରତାର ଉଲ୍ଲଙ୍ଘନ ପାଇଁ ପ୍ରତିଷ୍ଠାନର ମାଲିକ ଦାୟୀ ରହିବେ । ଏହାର ଉଲ୍ଲଙ୍ଘନ ହେଲେ ୧୦ ହଜାର ଟଙ୍କା ଜୋରିମନା ସହ ସମ୍ପୃକ୍ତ ବ୍ୟବସାୟୀକ ପ୍ରତିଷ୍ଠାନକୁ ୧ ସପ୍ତାହ ଲାଗି ସିଲ୍‌ କରିଦିଆଯିବ । ପୂନର୍ବାର ଏହାର ଉଲ୍ଲଙ୍ଘନ ହେଲୋ ୧୦ ହଜାର ଟଙ୍କା ଜୋରିମନା ସହ ୧ ମାସ ପାଇଁ ପ୍ରତିଷ୍ଠାନକୁ ସିଲ୍‌ କରିଦିଆଯିବ । ସମସ୍ତ ସେଲୁନ୍ , ସ୍ତ୍ରୀ ଓ ବିୟୁଟି ପାର୍ଲର ଗୁଡ଼ିକ ସମସ୍ତ ପ୍ରକାରର ସୁରକ୍ଷା ଓ ସତର୍କତା ଆବଲମ୍ବନ ସହିତ ପ୍ରତି ଗ୍ରାହକଙ୍କ ସେବା ପରେ ଓ ପୂର୍ବରୁ ସମସ୍ତ ବ୍ୟବହୃତ ଉପକରଣ ଗୁଡ଼ିକୁ ଜିବାଣୁ ମୁକ୍ତ ଓ ବିଶୋଧନ କରିବେ । ପୂର୍ବ ନିୟମାବଳୀ ଅନୁଯାୟୀ , ବିବାହ କାର୍ଯ୍ୟରେ ସର୍ବାଧିକ ୫୦ ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣଙ୍କୁ ନେଇ ସାମାଜିକ ଦୂରତା ବଜାୟ ରଖିବା ସହ କାର୍ଯ୍ୟବିଦ୍ଧି ସମ୍ପନ୍ନ କରାଯିବ । ଦୋକାନ , ବଜାର ଓ କୌଣସି ସର୍ବସାଧାରଣ ସ୍ଥାନରେ କେହି ଛାପ / ଥୁକ ପକାଇବା ଦଣ୍ଡନୀୟ ଅପରାଧ ଅଟେ । କେହି ଛାପ / ଧୁକ ପକାଇଲେ କିମ୍ବା ମାସ୍କ ନପିନ୍ଧି ପଦାକୁ ବାହାରିଲେ ପ୍ରଥମ ଥର ପାଇଁ ଜୋରିମନା ୧୦୦୦ ଟଙ୍କା ଓ ପରବର୍ତ୍ତି ପ୍ରତ୍ୟେକ ଥର ପାଇଁ ଏହା ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସର୍ବସାଧାରଣ ସ୍ଥାନରେ ମଦ୍ୟ , ପାନ , ଗୁଟଖା ଓ ତମାଖୁ ସେବନ କରିବା ଦଣ୍ଡନୀୟ ଅଟେ । କୋଭିଡ଼ ହସ୍ପିଟାଲ୍ ଓ କୋଭିଡ଼ କେୟାର ସେଣ୍ଟର ଚତୁଃପାର୍ଶ୍ଵରେ କଣ୍ଟନମେଣ୍ଟ ଜୋନ୍ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ କଟକଣା ବଳବତ୍ତର ରହିବ । ସମସ୍ତ ବୃହତ ବ୍ୟବସାୟୀକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଥର୍ମାଲ ସ୍କାନର , ହାଣ୍ଡସ୍ ଓ ସାନିଟାଇଜର୍ ବ୍ୟବସ୍ଥା ବାଧ୍ୟତା ମୂଳକ ଅଟେ । ସମସ୍ତ କାର୍ଯ୍ୟସ୍ଥଳୀ , ସାଧାରଣ ସୁବିଧା ଥିବା ସ୍ଥାନ ଏବଂ ବ୍ୟକ୍ତି ସଂସ୍ପର୍ଶରେ ଆସୁଥିବା ବିଭିନ୍ନ ଉପକରଣର ସାନିଟାଇଜେସନ୍ ବାଧ୍ୟତାମୂଳକ ଅଟେ । ୬୫ ବର୍ଷରୁ ଉର୍ଦ୍ଧ ବୟସର ବରିଷ୍ଠ ନାଗରିକ , ବହୁ ରୋଗରେ ପୀଡ଼ିତ ବ୍ୟକ୍ତି , ଗର୍ଭବତୀ ମହିଳା ଓ ଦଶ ବର୍ଷରୁ କମ୍ ବୟସର ଶିଶୁ ମାନେ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।