ଅାଜି ଅନୁଗୋଳ ଜିଲ୍ଲାରୁ ୯ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୬୩୮ରେ ।

ଅନୁଗୋଳ(IYA NEWS:23/08/2020):
ଜିଲ୍ଲା ରୁ ଅାଜି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ରେ ପଜିଟିଭ୍ ଚିହ୍ନଟ ସଂଖ୍ୟା ୬୩୮ ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳ ରୁ ସର୍ବାଧିକ ୪ ଜଣ, ବଅଁରପାଳ ବ୍ଲକ ଅଞ୍ଚଳ ରୁ ୨ ଜଣ, ଅନୁଗୋଳ ବ୍ଲକ, ଅନୁଗୋଳ ପୌରପାଳିକା ଓ କିଶୋର ନଗର ବ୍ଳକ ଅଞ୍ଚଳ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ତାଳଚେର ବ୍ଲକ ଅଞ୍ଚଳ ରୁ ହୋଇଥିବା ୪ ଜଣ ଙ୍କ ମଧ୍ୟରେ ୨ ଜଣ ପୁରୁଷ ଙ୍କ ବୟସ ୪୦ ଓ ୪୨ ବର୍ଷ ହୋଇଥିବା ବେଳେ ଜଣେ ବାଳକ ଙ୍କ ବୟସ ୧୫ ବର୍ଷ ଓ ଜଣେ ମହିଳା ଙ୍କ ବୟସ ୪୧ ବର୍ଷ ଅଟେ। ଏମାନଙ୍କ ମଧ୍ୟରୁ ୪୨ ବର୍ଷିୟ ପୁରୁଷ ଜଣଙ୍କ ଭୁବନେଶ୍ବର ର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଲକ ଅଞ୍ଚଳରୁ ୨ ଜଣ ମଧ୍ଯ ରେ ଜଣେ ୨୦ ବର୍ଷ ଯୁବକ ଓ ଜଣେ ୪୫ ବର୍ଷିୟ ପୁରୁଷ ଅଛନ୍ତି। ସେହିପରି ଅନୁଗୋଳ ବ୍ଲକ ଅଞ୍ଚଳ ରୁ ଜଣ ୩୫ ବର୍ଷୀୟ ପୁରୁଷ ଓ ଅନୁଗୋଳ ପୌରପାଳିକା ରୁ ଜଣ ୩୮ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଥିବା ବେଳେ, କିଶୋର ନଗର ବ୍ଳକ ଅଞ୍ଚଳ ରୁ ଜଣେ ୪୯ ବର୍ଷିୟ ଭୁବନେଶ୍ବର ର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଲକ୍ଷଣ ଯୁକ୍ତ ଆକ୍ରାନ୍ତ ମାନଙ୍କୁ ତାଳଚେର କୋଭିଡି ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିବା ବେଳେ, ଲକ୍ଷଣ ବିହୀନ ଓ ସ୍ଵଳ୍ପ ଲକ୍ଷଣ ଯୁକ୍ତ, ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସୋନ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି, ଇତି ମଧ୍ୟରେ ସୁସ୍ଥ ହୋଇଥିବା ୧୮ ଜଣଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୪୦୭ ଙ୍କୁ ମିଶାଇ ସୁସ୍ଥ ସଂଖ୍ୟା ୪୨୫ ରେ ପହଁଞ୍ଚିଛି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।