ଅନୁଗୋଳ ଜିଲ୍ଲାରୁ ୧୫ ଜଣ କରୋନା ପଜିଟିଭ ଚିହ୍ନଟ । ସମୁଦାୟ ଅାକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୮୪୪ ରେ ।

ଅନୁଗୋଳ(IYA NEWS:01/09/2020):

ଅନୁଗୋଳ ଜିଲ୍ଲାରୁ ସୋମବାର ପୁଣି ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪୪ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳର ୮ ଜଣ ତାଳଚେର ବ୍ଲକ ଅଞ୍ଚଳର ୫ ଜଣ , ଅନୁଗୋଳ ପୌରାଞ୍ଚଳ ଓ କିଶୋରନଗର ଅଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳରୁ ୮ ଜଣ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୨୨,୨୮,୨୯,୩୦,୩୦,୪୦,୪୩ ଓ ୪୬ ବର୍ଷ ଅଟେ ।
ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ,ଯାହାଙ୍କ ବୟସ ୧୮,୨୩ ଓ ୪୨ ହୋଇଥିବା ବେଳେ ୨ ଜଣ ମହିଳାଙ୍କ ବୟସ ୨୭ ଅଟେ ।
ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ଜଣେ ୩୨ ବର୍ଷୀୟ ଚିହ୍ନଟ ହୋଇଥିବା ବେଳେ କିଶୋରନଗର ବ୍ଲକର ଜଣେ ୧୭ ବର୍ଷୀୟ ଯୁବକ ଚେନ୍ନାଇରୁ ଫେରି ବ୍ଲକର ଏକ କ୍ଲଷ୍ଟର ଅସ୍ଥାୟୀ ମେଡିକାଲ ଶିବିର ସଙ୍ଘରୋଧରେ ଥିବା ବେଳେ କାରୋନା ପଜିଟିଭ ହୋଇଥିବାର ଜଣା ପଡିଛି ।
ଏହା ମଧ୍ୟରେ ଆଉ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୪୭୫ ରେ ପହଞ୍ଚିଛି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।