ଆଜି ଅନୁଗୋଳରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୪୫୩ରେ ।

ଅନୁଗୋଳ(IYA NEWS:12/08/2020):
ଆଜି ଅନୁଗୋଳ ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହିତ ପଜିଟିଭ ସଂଖ୍ୟା ୪୫୩ରେ ପହଂଚିଛି ।ସେମାନଙ୍କ ମଧ୍ୟରେ ଅନୁଗୋଳ ବ୍ଲକ୍ ଅଂଚଳରୁ ୬ ଜଣ, ତାଳଚେର ବ୍ଲକ୍ ଅଂଚଳରୁ ୨ ଜଣ, କିଶୋରନଗର ,କଣିହାଁ ଓ ପାଳଲହଡା ବ୍ଳକ୍ ଅଂଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳ ବ୍ଳକର ୨ଟି କ୍ଲଷ୍ଟର ଅସ୍ଥାୟୀ ମେଡିକାଲ ଶିବିରରୁ ଚିହ୍ନଟ ହୋଇଥିବା ୫ ଜଣ ପୁରୁଷଙ୍କ ମଧ୍ୟରେ ଜଣେ ୨୩ ବର୍ଷିୟ ପୁରୁଷ ବାଙ୍ଗାଲୋରରୁ ,ଜଣେ ୫୦ ବର୍ଷିୟ ପୁରୁଷ ବାଙ୍ଗାଲୋରରୁ,ଜଣେ ୪୩ ବର୍ଷିୟ ପୁରୁଷ ଗୋଆରୁ,ଜଣେ ୨୨ ବର୍ଷିୟ ପୁରୁଷ ହରିୟାନାରୁ ଓ ଜଣେ ୪୮ ବର୍ଷୟ ପୁରୁଷ ଦିଲ୍ଲୀରୁ ଫେରି ସଙ୍ଗରୋଧରେ ଥିବା ସମୟରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳ ବ୍ଳକରୁ ଜଣେ ୭୪ ବର୍ଷିୟ ପୁରୁଷ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର କରୋନା ପଜିଟିଭ ଜଣାପଡିଛି ।ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୨ ଜଣକ ମଧ୍ୟରେ ଜଣେ ୫୧ ବର୍ଷୀୟ ପୁରୁଷ ଢେଙ୍କାନାଳ ଯାଇ କାମ କରୁଥୁବାବେଳେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ ୨୯ ବର୍ଷିୟ ମହିଳା ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର କରୋନା ପଜିଟିଭ ଜଣାପଡିଛି । କିଶୋରନଗର ବ୍ଳକ୍ ଅଂଚଳର ଏକ କ୍ଲଷ୍ଟର ଅସ୍ଥାୟୀ ମେଡିକାଲ ଶିବିରରୁ ଜଣେ ୧୯ ବର୍ଷିୟ ଯୁବକ ସୁରଟରୁ ଫେରି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଣିହାଁ ବ୍ଳକ୍ ଅଂଚଳର ଜଣେ ୫୫ ବର୍ଷିୟା ମହିଳା ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର କରୋନା ପଜିଟିଭ ଜଣାପଡିଛି । ସେହିପରି ପାଳଲହଡା ବ୍ଳକ୍ ଅଂଚଳର ଜଣେ ୩୬ ବର୍ଷିୟ ପୁରୁଷ ଢେଙ୍କାନାଳ ଯାଇ ସେଠାରେ କାମ କରୁଥୁବା ବେଳେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ତାଙ୍କର ପଜିଟିଭ ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ସୁସ୍ଥ ହୋଇଥିବା ୩ଜଣକୁ ନିଜ ଘରେ Isolation ରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୩୪୪ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୪୭ ରେ ପହଂଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।