୧୫ ଦିନରେ ରାସ୍ତା ମରାମତି ପାଇଁ ଠିକାସଂସ୍ଥାକୁ କଡା ନିର୍ଦ୍ଦେଶ ଦେଲେ ଅାଠମଲ୍ଲିକ ବିଧାୟକ ।

ଅାଠମଲ୍ଲିକ(IYA NEWS:26/08/2020):
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଜାମୁନାଳୀଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ୪୦ କି.ମି ରାସ୍ତାର ଅନେକ ସ୍ଥାନରେ ଶୋଚନୀୟ ହେଇପଡ଼ିଛି। ୫୫ ନମ୍ବର ଜାତୀୟ ରାଜପଥ ୪ ଲେନ୍ ରାସ୍ତା ନିର୍ମାଣ ବିଳମ୍ବ ହେଉଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଉଥିବା ଆସ୍ଥାୟୀ ରାସ୍ତାଗୁଡ଼ିକ କଦର୍ଯ୍ୟ ହୋଇ ପଡ଼ିଥିବା ଯୋଗୁଁ ଦୁର୍ଘଟଣା ଘଟୁଛି । ଉକ୍ତ ଅସ୍ଥାୟୀ ରାସ୍ତାକୁ ୧୫ ଦିନ ମଧ୍ୟରେ ପିଚୁ କରାଯାଇ ମରାମତି କରିବା ପାଇଁ ସୋମବାର ଆଠମଲିକ ବିଧାୟକ ଓ ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ନାକଚି ଡ଼ାକ ବଙ୍ଗଳାଠାରେ ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଆଠମଲ୍ଲିକ ଉପଜିଲାପାଳ ଲଳିତ ମୋହନ ବେହେରା, କିଶୋରନଗର ଅତିରିକ୍ତ ତହସିଲଦାର ଲୋପାମୁଦ୍ରା ରଥ,ନୁନୁକାପଶି ସରପଞ୍ଚ ଜଳଧର ସାହୁ,
ଗାଁବଇଣ୍ଡା ସରପଞ୍ଚ ମାନସ ସାହୁ, ହଣ୍ଡପା ସରପଞ୍ଚ ଅମୀୟ ପ୍ରଧାନ, ନାକିଚି ସରପଞ୍ଚ ପ୍ରଶାନ୍ତ ଦିଆଣୀ, ବାମୁର ସରପଞ୍ଚ ବିନୋଦିନୀ ପ୍ରଧାନ, କିଶୋରନଗର ବ୍ଲକ ବିଜେଡି ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ତିମିର ନାୟକ, ଗାୟତ୍ରୀ ଠିକା ସଂସ୍ଥାର ପରିଚାଳକ ଗେଲିଡ଼େରା ପଦ୍ମନାଭଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ। ଏଥିରେ ଉକ୍ତ ଠିକା ସଂସ୍ଥାର କାର୍ଯ୍ୟ ବିଳମ୍ବକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ।ଅଞ୍ଚଳବାସୀ ଅଭିଯୋଗ କରିଥିଲେ ଯେ ଉକ୍ତ ଠିକା ସଂସ୍ଥା ୪ ଲେନ ରାସ୍ତା ନିର୍ମାଣ କରୁଥିବା ବେଳେ ନିର୍ମାଣ କରୁଥିବା ଅସ୍ଥାୟୀ ରାସ୍ତାଗୁଡ଼ିକ ଅତି ନିମ୍ନମାନର କରୁଛନ୍ତି । ନିର୍ମାଣର ଗୋଟିଏ ଦିନ ପରେ ରାସ୍ତା କଦର୍ଯ୍ୟ ହୋଇପଡୁଛି । ଫଳରେ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଏହି ୫୫ ନମ୍ବର ଜାତୀୟ ରାଜପଥ ଜାମୁନାଳୀଠାରୁ ଭାଙ୍ଗମୁଣ୍ଡା ମଧ୍ୟରେ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି । ଶୋଚନୀୟ ରାସ୍ତା ଯୋଗୁଁ ଦୁର୍ଘଟଣା ଘଟୁଛି। ସେହିପରି ରାସ୍ତା କଡ଼ରେ ଅସ୍ଥାୟୀ ବିଶ୍ରାମଗାର ନିର୍ମାଣ କରାଯାଇ ନଥିବା ଯୋଗୁଁ ଯାତ୍ରୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସେହିପରି ବିଦ୍ୟାଳୟ,ପଶୁ ଡ଼ାକ୍ତରଖାନା ସହ ବହୁ ସରକାରୀ କାର୍ଯ୍ୟାଳୟ ନିର୍ମାଣ ହୋଇ ନାହିଁ । କିଭଳି ଶୀଘ୍ର ଏଗୁଡ଼ିକ ନିର୍ମାଣ କରାଯିବ ସେ ନେଇ ପଦକ୍ଷେପ ନେବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଠିକା ସଂସ୍ଥାର ପରିଚାଳକ ଗେଲିଡ଼େରା ପଦ୍ମନାଭ ୧୫ ଦିନ ମଧ୍ୟରେ ଥିବା ସମସ୍ୟା ସହ ଅସ୍ଥାୟୀ ରାସ୍ତା ମରାମତି କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।