ଅନୁଗୋଳ ଜିଲ୍ଲାରୁ ଅାଜି ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ : ସମୁଦାୟ ଅାକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଛି ।

ଅନୁଗୋଳ(IYA NEWS:24/08/2020):
ଜିଲ୍ଲାରୁ ଆଜି ୧୧ ଜଣ କାରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୮ ଜଣ , ତାଳଚେର ପୌରାଞ୍ଚଳରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୮ ଜଣଙ୍କ ମଧ୍ୟରେ ଏକ ଶିଳ୍ପସଂସ୍ଥା ଅଞ୍ଚଳରୁ ୭ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୧ , ୨୧, ୨୪ ,୨୭ , ୩୩ , ୩୮ ଓ ୪୩ । ଏମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କାରୋନା ପଜିଟିଭ ହୋଇଥିବା ବେଳେ ବଅଁରପାଳ ବ୍ଲକ ଅଞ୍ଚଳରୁ ୩୧ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ତାଳଚେର ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରେ ୨ ଜଣ ମହିଳାଙ୍କ ବୟସ ୧୯ ଓ ୩୨ ହୋଇଥିବା ବେଳେ ଜଣେ ୬ ବର୍ଷର ଶିଶୁ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣ ପଡିଛି । ଏମାନେ ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିବା ବେଳେ ଲକ୍ଷଣ ବିହୀନ ଓ ସ୍ୱଳ୍ପ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନକୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆ ଯାଇଛି ।  ଏହା ମଧ୍ୟରେ ୩ ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଥିବା ବେଳେ ସେମାନଙ୍କୁ  ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୪୨୫ ଙ୍କୁ ମିଶାଇଲେ ସୁସ୍ଥଙ୍କ ସଂଖ୍ୟା ୪୨୮ ରେ ପହଞ୍ଚିଛି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।