ଜିଲ୍ଲାରୁ ଅାଜି ୨୨ କରୋନା ଅାକ୍ରାନ୍ତ ଚିହ୍ନଟ । ସମୁଦାୟ ଅାକ୍ରାନ୍ତଙ୍କ ସଂଖ୍ୟା ୫୭୦ ।

ଅନୁଗୋଳ(IYA NEWS:19/08/2020):
ଅନୁଗୋଳ ଜିଲ୍ଲାରୁ ଆଜି ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୨ ଜଣଙ୍କ ମଧ୍ୟରେ କଣିହାଁ ବ୍ଲକରୁ ସର୍ବାଧିକ ୧୧ ଜଣ , ଅନୁଗୋଳ ପୌରାଞ୍ଚଳରୁ ୫ ଜଣ ବଅଁରପାଳ ବ୍ଲକ ଅଞ୍ଚଳରୁ ୩ ଜଣ , ପାଲଲହଡ଼ା ବ୍ଲକ ଅଞ୍ଚଳରୁ ୨ ଜଣ ଓ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଣିହାଁ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ଏକ ଶିଳ୍ପସଂସ୍ଥାରୁ ୨ ଜଣ ଓ ଅବଶିଷ୍ଟ ୯ ଜଣ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସମସ୍ତ ୧୧ ଜଣ ଆକ୍ରାନ୍ତଙ୍କ ମଧରୁ ୭ ଜଣ ମହିଳା ଓ ୩ ଜଣ ପୁରୁଷ ଓ ଜଣେ ୧୦ ବର୍ଷର ବାଳକ ଅଟନ୍ତି । ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ହୋଇଛନ୍ତି । ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩  ଜଣ ମହିଳା ଓ ଜଣେ ପୁରୁଷ ଓ ଜଣେ ୬ ବର୍ଷର ଶିଶୁକନ୍ୟା ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ମହିଳା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କରୋନା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୪ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନେ ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।ପାଲଲହଡ଼ା ବ୍ଲକ ଅଞ୍ଚଳରୁ ଚିହ୍ନଟ ୨ ଜଣ ୩୩ ବର୍ଷିୟ ହୋଇଥିବା ବେଳେ ସେମାନେ ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଚିହ୍ନଟ ହୋଇଛନ୍ତି । ସେହିପରି ଛେଣ୍ଡିପଦା ବ୍ଲକରୁ ଚିହ୍ନଟ ହୋଇଥିବା ଜଣେ ୭୦ ବର୍ଷିୟ ପୁରୁଷ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସମସ୍ତ ୨୨ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କର ଚିକିତ୍ସା ପାଇଁ ପଦକ୍ଷେପ ନିଆ ଯାଉଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଏହା ମଧ୍ୟରେ କୋଭିଡ ହସପିଟାଲରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ସେମାନଙ୍କ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆ ଯାଇଛି ।  ଆଜି ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ସୁସ୍ଥଙ୍କ ସଂଖ୍ୟା ୩୯୨ ରେ ପହଞ୍ଚିଛି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।