ଆଜି ଅନୁଗୋଳରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୩୭୪ ରେ ।

ଅନୁଗୋଳ(IYA NEWS:04/08/2020):
ଆଜି ଅନୁଗୋଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବଅଁରପାଳ ଓ କିଶୋରନଗର ବ୍ଳକରୁ ୫ ଜଣ ଲେଖାଏଁ, ଅନୁଗୋଳ ପୌରାଞ୍ଚଳରୁ ୩ ଜଣ, ତାଳଚେର ଓ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ ଅଂଚଳରୁ ଚିହ୍ନଟ ହୋଇଥିବା ୫ ଜଣକ ମଧ୍ୟରେ ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୧୮,୪୦ ଓ ୬୫ ହୋଇଥିବାବେଳେ ୨ ଜଣ ମହିଳାଙ୍କ ବୟସ ୨୮ ଓ ୫୭ ବର୍ଷ ଅଟେ । ଏମାନେ ସମସ୍ତେ ତାଙ୍କ ଗ୍ରାମର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । କିଶୋରନଗର ବ୍ଲକ୍ ଅଂଚଳର ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୦,୨୫,୩୦,୨୭ ବର୍ଷ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳକ ଅଛନ୍ତି । ୨୫,୨୭ ବର୍ଷୀୟ ପୁରୁଷ ଓ ୧୨ ବର୍ଷର ବାଳକ ଗୋଟିଏ ପରିବାରର ଓ ସେମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ସେହିପରି ତାମିଲନାଡୁ ଫେରନ୍ତା ୨୦ ବର୍ଷୀୟ ପୁରୁଷ ଓ କଲିକତା ଫେରନ୍ତା ୩୦ ବର୍ଷୀୟ ପୁରୁଷ ଏହି ବ୍ଲକର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିବାବେଳେ ସେମାନଙ୍କର ପଜିଟିଭ ବାହାରିଛି । ଅନୁଗୋଳ ପୌରାଂଚଳର ୨ଟି କ୍ୱାରାଣ୍ଟାଇନରେ ରହୁଥିବା ୩ ଜଣଙ୍କ ମଧ୍ୟରେ ଜଣେ ୪୨ ବର୍ଷିୟ , ଜଣେ ୧୮ ବର୍ଷୀୟ ଓ ଜଣେ ୨୮ ବର୍ଷୀୟ ପୁରୁଷ ଅଟନ୍ତି । ୪୨ ବର୍ଷିୟ ପୁରୁଷ ପଶ୍ଚିମବଂଗରୁ ଫେରିଥିବାବେଳେ ୧୮ ବର୍ଷୟ ଓ ୨୮ ବର୍ଷୟ ୨ ଜଣ ପୁରୁଷ ଆସାମରୁ ଫେରି ସଂଗରୋଧରେ ଥିବା ସମୟରେ ସେମାନଙ୍କର ସ୍ବାବ ନମୁନା ପରିକ୍ଷାରୁ ପଜିଟିଭ ଜଣାପଡିଛି । ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୨ ଜଣକ ମଧ୍ୟରେ ଜଣେ ୭୭ ବର୍ଷିୟ ପୁରୁଷ ଓ ଜଣେ ୭୦ ବର୍ଷିୟା ମହିଳା ନିଜ ଗ୍ରାମର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଛେଣ୍ଡିପଦା ବ୍ଳକ୍ ଅଂଚଳର ଏକ ଗ୍ରାମରୁ ଜଣେ ୩୪ ବର୍ଷୀୟ ବାଲେଶ୍ବର ଫେରନ୍ତା ପୁରୁଷଙ୍କର ପଜିଟିଭ ବାହାରିଥିବାବେଳେ ଏହି ବ୍ଲକ୍ ଅଂଚଳର ଅନ୍ୟ ଜଣେ ୨୭ ବର୍ଷିୟ ଲ ଝାରଖଣ୍ଡ ଫେରନ୍ତା ପୁରୁଷଙ୍କର ମଧ୍ୟ ପଜିଟିଭ ବାହାରିଛି । ଆଜି ଚିହ୍ନଟ ହୋଇଥିବା ୧୭ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୧୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୪ରେ ପହଂଚିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।