ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ଅନୁଗୋଳ(IYA NEWS:04/12/2020):
କିଶୋରନଗର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଉ.ପ୍ରା. ବିଦ୍ୟାଳୟ ପରିସରରେ  ଶତାଧିକ ଶିକ୍ଷକଙ୍କ ଗହଣରେ କିଶୋରନଗର ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଦେହୁରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଧଉରାପାଲି କ୍ଲଷ୍ଟର ତରଫରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସି.ଆର.ସି.ସି. ଶ୍ରୀଯୁକ୍ତ ସୁଦାମ ଚରଣ ପ୍ରଧାନ ପୌରୋହିତ୍ୟ କରିଥିବା ବେଳେ ଦୋହଲି ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହରିବନ୍ଧୁ ପ୍ରଧାନ ଓ ବଏଜା ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜୟାନନ୍ଦ ସାହୁ ଅତିଥି ରୂପେ ଯୋଗ ଦେଇଥିଲେ । ବିଦାୟୀ ଶିକ୍ଷକ ସୁଧାଂଶୁ ଶେଖର ଦେହୁରୀ ଦୀର୍ଘ ୨୨ ବର୍ଷ କାଳ ବିଭିନ୍ନ ସମୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ , ହରିପୁର ରୋଡ଼ ଆନୁକୂଲ୍ୟରେ ବ୍ଲକ ସଂପାଦକ , ଜିଲ୍ଲା ସମ୍ପାଦକ ଓ ରାଜ୍ୟ ସହ-ସଂପାଦକ ଭାବେ କାର୍ଯ୍ୟ କରି ଶିକ୍ଷକ ସମାଜର ଉନ୍ନତି ପାଇଁ ଅଶେଷ କାର୍ଯ୍ୟ କରି ଅଛନ୍ତି ବୋଲି ଶ୍ରୀଯୁକ୍ତ ହରିବନ୍ଧୁ ପ୍ରଧାନ ତାଙ୍କ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ। ଶ୍ରୀଯୁକ୍ତ ଜୟାନନ୍ଦ ସାହୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଶ୍ରୀ ଦେହୁରୀଙ୍କ ସାଂଗଠନିକ ଦୃଢତା ଯୋଗୁଁ ଆଜି ମଧ୍ୟ ରାଜ୍ୟର ପ୍ରତ୍ୟେକ ଶିକ୍ଷକ ସଂଗଠନ କିଶୋରନଗର  ବ୍ଲକ ସଂଘର ପ୍ରଶଂସା କରୁଅଛନ୍ତି। ଅଶ୍ରୁଳ ପରିବେଶ ମଧ୍ୟରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କର ଅବସର କାଳୀନ ବିଦାୟ ପରେ ସେ ସ୍ଥାନ ଅପୂରଣୀୟ ହୋଇ ରହିବ ବୋଲି କହିଥିଲେ। ଶେଷରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦେହୁରୀ ଜନ ସାଧାରଣଙ୍କ ଆସ୍ଥା ଭାଜନ ହୋଇ କାର୍ଯ୍ୟ କରିବାକୁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Post a Comment

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।