ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ।

ଅନୁଗୋଳ(IYA NEWS:02/12/2020):
ବୁଧବାର ପି.ଟି.ସି ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ପଟ୍ଟନାୟକଙ୍କ ଚାକିରୀ ରୁ ଅବସର ଗ୍ରହଣ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ନୂତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଦାର ବେହେରାଙ୍କ ପୌରହିତ୍ୟ ରେ ଏସ.ଏସ.ଡି.ସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ଦାସ,ଏସ.ଏମ.ସି ସଭାପତି ଶ୍ରୀମତୀ ଗୀତାମୟୀ ମହାପାତ୍ର ଏବଂ ମୋ ସ୍କୁଲ ଅଭିଯାନ ସଭାପତି ଶ୍ରୀଯୁକ୍ତ ସୁକାନ୍ତ ମାଝୀ,ସଂପାଦକ ସୁଜିତ ପଟ୍ଟନାୟକ ଓ ସଂଯୋଜକ ସୌରୀ ରଂଜନ ପଣ୍ଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଯୋଗଦାନ କରିଥିବା ସମସ୍ତ ଉପରୋକ୍ତ ଅତିଥିଗଣ ବିଦାୟୀ ଶିକ୍ଷୟତ୍ରୀ ଭାରତୀ ପଟ୍ଟନାୟକଙ୍କ ସମୟାନୁବର୍ତ୍ତିତା ଓ କର୍ମଠ ଗୁଣ ର ଭୂୟସୀ ପ୍ରଶଂସା କରିବା ସହି ଏହି ଦୁଇ ଗୁଣ କୁ ଜୀବନରେ ପାଳନ କଲେ ସବୁ କ୍ଷେତ୍ରରେ ଜୟଲାଭ କରାଯାଇପାରିବ ବୋଲି ମତ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶାନ୍ତନୁ କୁମାର ସାହୁ ସଭା ସଂଯୋଜନା କରିବା ସହ ସାମୂହିକ ଭାବରେ ବିଦାୟୀ ଶିକ୍ଷିକା ଙ୍କ ମଙ୍ଗଳ ନିମନ୍ତେ ପ୍ରାର୍ଥନା ଓ କାମନା କରିଥିଲେ।
Report By :- Bhaktiprasad Pradhan
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।