ସଞ୍ଜୟ ସେବା ଟ୍ରଷ୍ଟ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ ।

ଅାଠମଲ୍ଲିକ(IYA NEWS:25/04/2020):
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଭିନ୍ନକ୍ଷମ ଓ ମାନସିକ ବିକୃତ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି ।କିଆକଟା ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ପ୍ରାୟ ୧୫ଟା  ପଞ୍ଚାୟତ ପାଖାପାଖି ୬୦୦ରୁ ଉର୍ଦ୍ଧ ଲୋକଙ୍କୁ ରନ୍ଧା ବଣ୍ଟନ କରାଯାଇଥିଲା। ସର୍ବଶେଷରେ ଅଇଡ଼ା ଗ୍ରାମପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ ଶେଷ ହେଇଥିଲା।ଏପରି ରନ୍ଧା ଖାଦ୍ୟ ଆଗାମୀ ଲକଡାଉନ ଥିବା ଯାଏଁ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଞ୍ଜୟ ସେବା ଟ୍ରଷ୍ଟ ର ପରିଚାଳକ ସଂଜୟ ନାୟକ ସୂଚନା ଦେଇଛନ୍ତି ।କିଆକଟା ସରପଞ୍ଚ ସୋମନାଥ ମାଲିକ, ଗ୍ରାମରୋଜଗାର ସେବକ ସୁନୀଲ କୁମାର ଭୋଇ, ସମାଜସେବୀ ସରୋଜ ପ୍ରଧାନ,ଯୁବ ସାମ୍ବାଦିକ ସୁନୀଲ କୁମାର ମହାନ୍ତି ସହଯୋଗ କରିବା ସହ ଅସହାୟ ଗରିବ ମାନଙ୍କ ଘରେ ବୁଲି ବୁଲି ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ ।
Report By :- Bhaktiprasad Pradhan* 
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।