ପ୍ରେମ ବିବାହ ହେଲା କାଳ ! ମହିଳାଙ୍କ ମୃତ୍ୟୁ ସନ୍ଦେହ ଘେରରେ

ଅନୁଗୋଳ ( IYA NEWS, ୨୫.୦୪.୨୦୨୦ ) : -
ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଝିଅ ନାମ ଅର୍ଚ୍ଚନା (ଟୁଇଁ) । ସେ ଭଲପାଇ ନନ୍ଦପୁର ପଞ୍ଚାୟତ ମାଧପୁର ଗ୍ରାମରରେ ଲୁଚି ବାହାଘର ହୋଇଥିଲେ । ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ସେ ଅନୁଗୋଳ ହାତିଶାଳପଡାରେ ଘରଭଡା ନେଇ ଏକ ବିଉଟି ପାଲର ଦେଇଥିଲେ । କିନ୍ତୁ ହଟାଥ ତା ୨୨.୦୪.୨୦୨୦ ରିଖରେ ତାଙ୍କର ମୃତ୍ୟୁ ହୋଇଛି । ଅର୍ଚ୍ଚନାଙ୍କର ମୃତ୍ୟୁ ପରେ ତାଙ୍କ ସ୍ବାମୀ ଙ୍କ ପରିବାର କାହାକୁ ନଜଣେଇ ପୋଡି ଦେଇଛନ୍ତି । ଅର୍ଚ୍ଚନାର ମୃତ୍ୟୁ ଘଟଣା ୨୩ ତାରିଖରେ ଧୀର ଧୀରେ ପୋକତୁଙ୍ଗା ଓ ନନ୍ଦପୁର ପଞ୍ଚାୟତ ବାସୀ ଜାଣିବାକୁ ପାଇଲେ । ଏ ନେଇ ଝିଅର ବାପ ହର ପରିବାର ପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ କରି ନାହାଁନ୍ତି । ଯେ ହେତୁ ଭଲ ପାଇ ଘରୁ ପଳାଇଲା, ସେଥିପାଇଁ ବାପଘର ଲୋକ ହାଣ୍ଡି ପକାଇଦେଇଥିଲେ ।

ତେବେ ଅର୍ଚ୍ଚନାର ମୃତ୍ୟୁ କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।ମୃତ୍ୟୁର କାରଣ ବର୍ତ୍ତମାନ ଅସ୍ପଷ୍ଟ । ତାକୁ ହତ୍ୟା କରାଯାଇ ତରବରିଆ ଭାବରେ ପୋଡି ଦିଆଯାଇଛି ବୋଲି ନନ୍ଦପୁର ଓ ପୋକତୁଙ୍ଗା ପଞ୍ଚାୟତ ଅଞ୍ଚଳରେ ଜୋର ଆଲୋଚନା ହେଉଛି ।ପୋଲିସ ଏହା ଉପରେ ତଦନ୍ତ କରି ପ୍ରକୃତ ରହସ୍ୟ ପର୍ଦାଫାସ କରିବା ପାଇଁ ଦାବି କରିଛନ୍ତି । ଜୋର ଧରିଲା ସାମାଜିକ ଗଣ ମାଧ୍ୟମରେ ଚର୍ଚ୍ଚା । 

ସାଧାରଣ ଲୋକଙ୍କ ପ୍ରଶ୍ନ ?
୧-ଅର୍ଚ୍ଚନାଙ୍କ ମୃତ୍ୟୁ ବିଷୟରେ ତାଙ୍କ ସ୍ବାମୀଙ୍କ ପରିବାର ପକ୍ଷରୁ କାହିଁକି ଥାନାରେ ଜଣାଇଲେ ନାହିଁ  ?
୨-ମାଧପୁର ଓ ପୋକତୁଙ୍ଗା ଗ୍ରାମବାସୀଙ୍କୁ ନାଜଣାଇ ତରବରିଆ ଭାବରେ କାହିଁକି ଲୁଚାଇ ପୋଡ଼ିଦେଲେ ।
୩-ପୋଡି ସାରିବା ପରେ ଗୋଟିଏ ଦିନ ପରେ କାହିଁକି ଜଣାଇଲେ ।
୪-ଯଦି ଦେହ ଖରାପରୁ ମୃତ୍ୟୁ ହୋଇଥିଲା ତେବେ ଗ୍ରାମକୁ ଆଣି ପୋଡ଼ିଥାନ୍ତେ । ସମସ୍ତ ଗ୍ରାମବାସୀ ଜାଣିଥାନ୍ତେ ।
ଏପରି ଅନେକ ସନ୍ଦେହ ପ୍ରଶ୍ନ ମନରେ ସାଧାରଣରେ ଆଲୋଚନା ହେଉଛି ।
ପୋକତୁଙ୍ଗା ଗ୍ରାମବାସୀମାନେ ଦାବି ଅର୍ଚ୍ଚନାର ମୃତ୍ୟୁର ରହସ୍ୟ ପର୍ଦାଫାସ କରାଯାଉ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।