କରୋନା ମୁକାବିଲା ପାଇଁ ଅାଠମଲ୍ଲିକ ବିଧାୟକଙ୍କ ଜରିଅାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ।

ଅାଠମଲ୍ଲିକ(IYA NEWS:27/04/2020):
ପୃଥିବୀରେ  ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ଦେଶ ଓ ରାଜ୍ୟ ରେ ଦ୍ବିତୀୟ ଲକ୍‌ଡାଉନ ଘୋଷଣା ପରେ ଅନୁଗୋଳ ଜିଲ୍ଲାରେ ଗ୍ରୀନ ସଂକେତ ଥିବା ବେଳେ କଟକଣା ପ୍ରାୟତଃ ଉଲ୍ଲଂଘନ ହେଉଥିବା ବେଳେ ଗାଁ ଗୁଡ଼ିକରେ କିନ୍ତୁ ସଚେତନତା ସୃଷ୍ଟି କରାଯାଉଛି । ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅନ୍ତର୍ଗତ ଅଖରକଟା ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ  କରୋନା ମହାମାରୀ ପାଇଁ ନିଜ ଗାଁର ପ୍ରତ୍ୟେକ ପରିବାର ଠାରୁ ପରିବାର ସକ୍ଷମ ଅନୁସାରେ କିଛି ଅର୍ଥ ରାଶି ଅାଦାୟ କରାଯାଇଛି ।  ମୁଖ୍ୟମନ୍ତ୍ରୀ ପାଣ୍ଠି କୁ  ଅନୁଷ୍ଠାନର ସଦସ୍ୟ ମାନେ ଅାଜି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ୫ହଜାର ୫ଶହ ୫୫ ଟଙ୍କା ପ୍ରଦାନ କରିଛନ୍ତି । ଅଖରକଟା ଗ୍ରାମବାସୀ ସହୃଦୟରେ ସହଯୋଗ ର ହାତ ବଢାଇଥିବା ରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।