ସପ୍ତାହିକ ହାଟରେ ମା ମାଉଳୀ ଯୁବକ ସଂଘ ପକ୍ଷରୁ ମାସ୍କ ବଣ୍ଟନ

ଅାଠମଲ୍ଲିକ(IYA NEWS:26/04/2020):
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ର ବେଲାଦୁଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ପକ୍ଷରୁ ଗାଁ ର ସାପ୍ତାହିକ ରବିବାର ହାଟରେ  ମାସ୍କ ବଣ୍ଟନ 
କରାଯାଇଛି । ହାଟ କୁ ଆସୁଥିବା ସମସ୍ତ ଚାଷୀ ଙ୍କୁ ମାସ୍କ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଗାଁ ରେ ପୋଲିସ ଅଧିକାରୀ,ସାମ୍ବାଦିକ ଆଦି ଅନେକ ଙ୍କୁ ଦିଆଯାଇଛି ।  ତା ସହିତ ସାମାଜିକ ଦୂରତା ବ୍ୟବଧାନ ବଜାୟ ରଖିବା , ସାବୁନ ରେ ହାତ ଧୋଇବା ପାଇଁ ସମସ୍ତଙ୍କୁ କହିଥିଲେ ।  ନେହେରୁ ଯୁବ କେନ୍ଦ୍ର ର ଜାତୀୟ ଯୁବ ସ୍ବେଛାସେବୀ ତଥା ଅନୁଷ୍ଠାନ ର ଉପଦେଷ୍ଟା ପ୍ରତାପ ମେହେର ଏହା ନିଜେ ସିଲେଇ କରି ବାଣ୍ଟୁଛନ୍ତି । ଏହି କାର୍ଯ୍ୟକ୍ରମ ରେ ସଭାପତି ସୁନୀଲ ମେହେର , ଦୁଃଖିଶ୍ୟାମ ମେହେର , ଈଶ୍ୱର ମେହେର , ରାଜୀବ ମେହର , ଅକ୍ରୁର , ବିରେନ୍ଦ୍ର ମେହେର , ଧର୍ମୁଧର ମେହେର , ପ୍ରଦୀପ ମେହେର , ପ୍ରଫୁଲ୍ଲ ମେହେର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।