ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଯୁବ ସମାଜସେବୀ ମହିମା ଜେନା

ଅନୁଗୋଳ ( IYA NEWS : ୨୭/୦୪/୨୦୨୦)
୨୪ ବର୍ଷ ବୟସରେ ପାଦ ଥାପିଛନ୍ତି ଯୁବ ସମାଜସେବୀ ମହିମା ଜେନା। କୁଲାଡ଼ ଗ୍ରାମର ବରିଷ୍ଠ ସମାଜସେବୀ ବିପ୍ଳବ ଜେନାଙ୍କ ସୁପୁତ୍ର ହେଉଛନ୍ତି ମହିମା। ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ମହିମା। ଅନୁଗୋଳ ଜିଲ୍ଲା ସୁସୁଡା ଗ୍ରାମ ପଞ୍ଚାୟତ ଗୋପୀନାଥପୁର ନିକଟରେ ଏକାଧିକ ଅନ୍ଧ ବ୍ୟକ୍ତିଙ୍କ ପାଇଁ ଏକ ଟ୍ରଷ୍ଟ " କେଦାର ଗୌରୀ ଭୋକେଶନାଲ ଟ୍ରେନିଂ ସେଣ୍ଟର" ତଥା ଦୃଷ୍ଟିହୀନ ଆଶ୍ରମ ଫାଉଣ୍ଡର ପ୍ରଶାନ୍ତ ବେହେରାଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଅଛି । ସଭାପତି ଅରୁଣ ରାଉତ ଏବଂ ସମ୍ପାଦକ ରାନୁ ପ୍ରିୟା ନାୟକଙ୍କ ସୁପ୍ରଚେଷ୍ଟାରେ ଟ୍ରଷ୍ଟ ଗଠନ କରାଯାଇଅଛି। ଉକ୍ତ ଆଶ୍ରମ ପ୍ରତି କୌଣସି ସରକାରୀ ସହାୟତା କିମ୍ବା କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଆଶ୍ରମରେ ମହିମା ଜେନା ପହଁଞ୍ଚି ନିଜ ଜନ୍ମ ଦିବସରେ ଚୂଡ଼ା, ଚିନି, ବିସ୍କୁଟ, କଦଳୀ ଓ ସାବୁନ ପ୍ରଦାନ କରିଛନ୍ତି। କିଛି କିଛି ସ୍ଥାନରେ ଭଜନ ପରିବେଷଣ କରି ତଥା ଭିକ୍ଷା ବୃତ୍ତି କରି ଚଳି ଯାଉଥିଲେ ଦୃଷ୍ଟିହୀନ ବ୍ୟକ୍ତି ବିଶେଷଗଣ। କିନ୍ତୁ ଏହି ଲକ ଡାଉନ ଚାଲିଥିବାରୁ ବାହାରକୁ ଯାଇପାରୁନାହାଁନ୍ତି। ଅବ୍ୟବସ୍ଥା ମଧ୍ୟରେ ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି ଗରିବ ଅସହାୟ ଦୃଷ୍ଟିହୀନ ବ୍ୟକ୍ତିମାନେ। ସେମାନଙ୍କ ଗହଣରେ ନିଜ ଜନ୍ମ ଦିନକୁ ନିଆରା ଭାବରେ ପାଳନ କରିଛନ୍ତି ଯୁବ ସମାଜସେବୀ। ଆଗାମୀ ଦିନରେ ଆବଶ୍ୟକ ବେଳେ ଯଥାସମ୍ଭବ ସାହାଯ୍ୟ କରାଯିବ ବୋଲି ମହିମା ଜେନା କହିଛନ୍ତି। 

REPORT BY : SAMIR SAHOO, IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।