ବିଜୁ ଯୁବ ଜନତା ଦଳ ଛେଣ୍ଡିପଦା ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ । ୯୦ ୟୁନିଟ୍ ରକ୍ତ ସଂଗ୍ରହ ।
ଅନୁଗୋଳ(IYA NEWS:24/04/2020):
ବିଜୁ ଯୁବ ଜନତା ଦଳ ଛେଣ୍ଡିପଦା ପକ୍ଷରୁ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବାଲିପଟା ଠାରେ ରକ୍ତଦାନ ଶିବିର " ଜିବନ ବିନ୍ଦୁ " ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ଛେଣ୍ଡିପଦା ସୁଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଜିଲ୍ଲା ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ ଓ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଦେହୁରୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ୯୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।ଶିବିରରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଥିଲା ଓ ବିଜୁ ଯୁବ ଜନତା ଦଳ ଦ୍ବାରା ରକ୍ତଦାତା ମାନଙ୍କୁ , ଗ୍ରାମୀଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ତିଆରି ୨୦୦ ମାସ୍କ ବଣ୍ଟନ କରାଯାଇଥିଲା । କରୋନା ମହାମାରୀର ପ୍ରଭାବ ଯୋଗୁଁ ବିଭିନ୍ନ ଡାକ୍ତରଖାନାରେ ରକ୍ତ ଅଭାବ ଦେଖାଦେଇଛି, ଏହିଭଳି ଘଡି ସନ୍ଧି ମୁହୂର୍ତ୍ତରେ ଛେଣ୍ଡିପଦା ଯୁବ ବିଜେଡିର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ଯୁବ ବିଜେଡି ଦ୍ବାରା ଆଗାମୀ ଦିନରେ କ୍ରମାଗତ ଭାବେ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ଯୁବ ବିଜେଡି ସଭାପତି ସୂଚନା ଦେଇଛନ୍ତି । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଶ୍ରୀଧର ଗଡନାୟକ, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କମାର ସାହୁ , ବାଲିପଟା ସରପଞ୍ଚ ରାକେଶ କୁମାର ପ୍ରଧାନ ,ଯୁବ ବିଜେଡି ଜିଲ୍ଲା ସାଧାରଣ ସଂପାସକ ସୁଧିର କୁମାର ନାଏକ ଯୋଗ ଦେଇଥିଲେ ।ଉତ୍କଳ ପ୍ରଧାନ , ଅଶୋକ ଗଡ଼ନାୟକ , ବିଜୟ ମାଝୀ , ସହଦେବ ପ୍ରଧାନ , ସୁଶାନ୍ତ ପ୍ରଧାନ ଓ ଲକ୍ଷ୍ମୀ ପ୍ରଧାନ ଏହି ଶିବୀରକୁ ପରିଚାଳନା କରିଥିଲେ ।
*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35
Comments
Post a Comment