ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର ଅାଉ ନାହାନ୍ତି । ଶୋକ ପ୍ରକାଶ ସହ ଅମର ଅାତ୍ମାର ସଦଗତି କାମନା କଲେ ଅାଠମଲ୍ଲିକ ବିଧାୟକ ।

ଅାଠମଲ୍ଲିକ(IYA NEWS:26/04/2020):

ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ କାହାଣୀକାର, ଚିତ୍ରନାଟ୍ୟ ଲେଖକ ଓ ସଂଳାପକାର ବିଜୟ ମିଶ୍ର ଆଉ ନାହାନ୍ତି । ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ନର୍ସିଂହୋମରେ ତାଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି । ସ୍ୱର୍ଗତ ବିଜୟ ମିଶ୍ର ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ଏବଂ ବହୁ ଟେଲି ଧାରାବାହିକରେ ସଂଳାପ ରଚନା କରିଛନ୍ତି । ୧୯୭୨ ମସିହାରେ ସେ ଯାଯାବର ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ସେ ସେହି ସିନେମାର ସଂଳାପ ରଚନା କରିବା ସହିତ ଏହାର ଅନ୍ୟତମ ନିର୍ଦ୍ଦେଶକ ମଧ୍ୟ ଥିଲେ ।ଶ୍ରୀ ମିଶ୍ର ପରଲୋକ ହେବା ଜାଣିବା ପରେ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୋକ ପ୍ରକାଶ କରିବା ସହ ଅମର ଅାତ୍ମାର ସଦଗତି କାମନା କରିଛନ୍ତି ।

ସୂଚନାଯୋଗ୍ୟ, ପ୍ରଖ୍ୟାତ ଅଭିନେତା ହେମନ୍ତ ଦାସ, ଗାୟକ ତଥା ସଂଗୀତକାର ଅକ୍ଷୟ ମହାନ୍ତି ଓ ବିଜୟ ମିଶ୍ର ମିଶି ତ୍ରିମୂର୍ତ୍ତି ଛଦ୍ମନାମରେ ଯାଯାବର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଏହା ପରେ ବିଜୟ ମିଶ୍ର ଆଉ ପଛକୁ ଚାହିଁ ଫେରି ନଥିଲେ । ସେ ପରେ ଅଶାନ୍ତ ଗ୍ରହ, ଡୋରା, ଜଗାବଳିଆ, ଧର୍ମ ସହିଲେ ହେଲା, ଲକ୍ଷ୍ମଣ ରେଖା, ଯଶୋଦା, ଯାହକୁ ରଖିବେ ଅନନ୍ତ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ମୋ କୋଳ ତୋ ଝୁଲଣା, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୁର, ଭୀଷ୍ମ ପ୍ରତିଜ୍ଞା, ସୁନା ଚଢ଼େଇ, ଆଇ ଲଭ ମାଇ ଇଣ୍ଡିଆ, ବାହୁଡ଼ିବେ ମୋ ଜଗାବିଳଆ ଆଦି ବହୁ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ସମେତ ୫୦ରୁ ଅଧିକ ସିନେମାରେ ସଂଳାପ ଲେଖିଥିଲେ । ସେ  ବଟକୃଷ୍ଣ ନାୟକଙ୍କ ପ୍ରଯୋଜିତ ଓଡ଼ିଆ ସିନେମା ‘ରଜନୀଗନ୍ଧା’ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।
*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।