ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର

ଅନୁଗୋଳ (IYA NEWS :  ୨୯/୦୪/୨୦୨୦):
ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା ଓଭରବ୍ରିଜ ଠାରେ ଭାରସାମ୍ୟ ହରାଇ ଇଣ୍ଡେନ ଗ୍ୟାସ ଟ୍ୟାଙ୍କର (CG 04 MS 2663) ଓଲଟି ପଡିଛି। ସୂଚନା ମୁତାବକ ଟ୍ୟାଙ୍କର ଟି ରାୟପୁରରୁ ଗ୍ୟାସ ଅଲୋଡ଼ କରି ପାରାଦ୍ୱୀପ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଯାହା ଫଳରେ ଗାଡି ଚାଳକ ସାମାନ୍ୟ ଆହାତ ହୋଇଛନ୍ତି। ଓଲଟି ପଡିଥିବା ଟ୍ୟାଙ୍କର ରେ ଗ୍ୟାସ ନଥିବା ଟ୍ୟାଙ୍କର ଚାଳକ ମହେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ଅପରାହ୍ନ ୩ଘଟିକା ସମୟରେ ପ୍ରବଳ ବର୍ଷା ହେବା ସହ ପବନ ବୋହିଥିଲା, ଏହି ସମୟରେ ଟ୍ୟାଙ୍କରଟି ଦ୍ରୁତ ଗତିରେ ଆସୁଥିବା ବେଳେ ଅନ୍ୟ ଏକ ଗାଡି ସାଇଡ୍ ମାରିଥିଲା, ଫଳରେ ଭାରସାମ୍ୟ ହରାଇ ଏପରି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଓଲଟିବା ପରେ ଗ୍ୟାସ ଟ୍ୟାଙ୍କର ରୁ ତେଲ ନେଇ ଯାଇଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ରେ ବଅଁରପାଳ ପୋଲିସ ପହଁଚି ତଦନ୍ତ କରୁଛି। ଓଲଟି ପଡିଥିବା ଟ୍ୟାଙ୍କର ରେ ଗ୍ୟାସ ନଥିବା ଡ୍ରାଇଭର ମହେନ୍ଦ୍ର ସୂଚନା ଦେଇଛନ୍ତି।

REPORT BY : SHASANKA SEKHAR SAMAL (IYA NEWS) IYA NEWS ( VISIT US :- www.iyanews.com ) ( LIKE US :- www.fb.com/iyanews - IYA News )
#ସାଧାରଣ_ଜନତାର_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।