ଭଲ ଖବର : ଦେଶ ସେବା ପାଇଁ ନିଜକୁ ଉତ୍ସାର୍ଗୀକୃତ କରିଛନ୍ତି ପୋଲିସ ଦମ୍ପତ୍ତି ।

ଅନୁଗୋଳ/ଭଦ୍ରକ(IYA NEWS:26/04/2020):
ବର୍ତ୍ତମାନ ଭଦ୍ରକ ତିହିଡି ଥାନାରେ କାର୍ଯ୍ୟ କରୁଥିବା ଏସ.ଆଇ ସୁପ୍ରକାଶ ମହାନ୍ତି ଓ ଅନୁଗୋଳ ଥାନାରେ ଏସ.ଆଇ ଥିବା ସୌମ୍ୟା ରାୟ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ଗତବର୍ଷ ଅର୍ଥାତ ୨୦୧୯ ଡିସେମ୍ବର ୩ ତାରିଖରେ । ବିବାହର କିଛି ଦିନ ପରେ ଦୁହେଁ ନିଜ କର୍ମ ପଥକୁ ନିଜର କରି ଲାଗିପଡିଛନ୍ତି ଦେଶର ସେବାରେ । ପୋଲିସ ଚାକିରୀ ଦୁହେଁ କରୁଥିବାରୁ କିଛିଦିନ ପରେ ପରେ ଛୁଟି ରେ ଦେଖା ହେବେ ବୋଲି ଇଚ୍ଛା କରି ରହିଥିଲେ । କର୍ମ ବ୍ୟସ୍ତତା ଭିତରେ ଦୁହେଁ ହୋଇ ଯାଆନ୍ତି ବାନ୍ଧି । ଠିକ ଏହା ପରେ ଆରମ୍ଭ ହୋଇଯାଏ ତାଙ୍କର ଅଗ୍ନିପରୀକ୍ଷା ଅର୍ଥାତ କରୋନା ମୁକାବିଲା ପାଇଁ ପଡ଼ିଯାଏ ଜୋରଦାର ଡ୍ୟୁଟି । ଏହା ଭିତରେ ନିଜର ଦାମ୍ପତ୍ୟ ଅଭିଳାସା କୁ ଭୁଲି ଦୁହେଁ ନିଜର କର୍ମ ପଥରେ ଆଗେଇ ଚାଲନ୍ତି । କରୋନାର ଏହି ଯୋଦ୍ଧା ଦମ୍ପତ୍ତି ସମାଜର ସୁରକ୍ଷା ସହ ମାନବିକ ମୁଲ୍ୟବୋଧକତା ପ୍ରତିପାଦନ କରି ଆସୁଛନ୍ତି ନିଜ ନିଜ କର୍ମକ୍ଷେତ୍ରରେ । ବିବାହର କିଛିଦିନ ପରେ ନିଜ ଠାରୁ ଦୂରରେ ରହି ଆଜିକୁ ୪ ମାସ ଧରି ନିରନ୍ତର ଭାବରେ ସମାଜ ପାଇଁ କରି ଚାଲୁଥିବା କାର୍ଯ୍ୟ ପାଇଁ ତାଙ୍କୁ IYA NEWS ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।