ଲକ ଡାଉନ ପରେ କାଳ ସାଜିଲା କାଳବୈଶାଖୀ ! ଉଜୁଡ଼ା ଫସଲ ଦେଖି ଚିନ୍ତାରେ ଚାଷୀକୁଳ ।

ଅନୁଗୋଳ (IYA NEWS :୨୭/୦୪/୨୦୨୦)
ଅନୁଗୋଳ ବ୍ଲକ ବନ୍ତଳା ଅଞ୍ଚଳ ଏକ କୃଷି ବହୁଳ ଅଞ୍ଚଳ ଭାବରେ ପରିଚିତ। ଏଠିକାର ଚାଷୀମାନେ  ପନିପରିବା, କଦଳୀ ,ଆଖୁ, ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ଚଳିତ ବର୍ଷ ଚାଷୀ ମାନଙ୍କ ଦୁଃଖ କହିଲେ ନ ସରେ। ଚଳିତ ବର୍ଷ କରୋନା ପାଇଁ ବାହାର ଜିଲ୍ଲା କିମ୍ବା ବଜାରକୁ ଫସଲ ବିକ୍ରି କରିବା ପାଇଁ ଯାଇପାରିଲେ ନାହିଁ। ଫଳରେ ପରିବା ଚାଷୀ ଦର ଅଦର ଭାବରେ ପରିବା ବିକ୍ରି କରି ଅନେକ କ୍ଷତି ମଧ୍ୟ ସହିଲେ। କିଏ ବ୍ୟାଙ୍କ ରୁ ଋଣ ଆଣି ଚାଷ କରୁ ଥିବା ବେଳେ କିଛି ଲୋକ ଗ୍ରାମରେ ଗଢ଼ା ଯାଇଥିବା ବିଭିନ୍ନ ସଂଘରୁ ସୁଧକୁ ଟଙ୍କା ଆଣି ଚାଷ କରିଥିଲେ କିନ୍ତୁ କାଳ ବୈଶାଖୀ ର କରାଳ ଆଗରେ ମୁଣ୍ଡ ପୋତି ଠିଆ ହୋଇପାରିଲା ନାହିଁ ଚାଷୀ। ଲଗାଣ ବର୍ଷା ସାଙ୍ଗକୁ ପବନ ହେବାରୁ ବାରଗୌଣିଆ ଗ୍ରାମ ପଞ୍ଚାୟତ ର ବଡହିଂସର ଗ୍ରାମର ମହର୍ଗା ମୁଦୁଲିଙ୍କ ୧୫ଗୁଣ୍ଠ ଆଖୁ, ୧୨ଗୁଣ୍ଠ କଦଳୀ, ସୁଧୀର ସାହୁଙ୍କ ୨୦ଗୁଣ୍ଠ ଆଖୁ, ୧ଏକର କଦଳୀ ବଗିଚା, ବିଶ୍ୱନାଥ ମୁଦୁଲି ଙ୍କ ୧୦ଗୁଣ୍ଠ ଆଖୁ, ୯ଗୁଣ୍ଠ କଦଳୀ ବଗିଚା ଓ ନରେଶ ବେହେରାଙ୍କ ୩୦ଗୁଣ୍ଠ କଦଳୀ ଗଛ ଭାଙ୍ଗି ସୋଇ ପଡିଛି। ତେବେ ସରକାର କରୋନା ମୁକାବିଲା ପାଇଁ ଅନେକ ଯୋଜନା କରୁଥିବା ବେଳେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ଯଦି କୌଣସି ସରକାରୀ ସାହାଯ୍ୟ କରନ୍ତେ ତେବେ ଚାଷୀ ମାନଙ୍କ ଦୁଃଖ କିଛି ମାତ୍ରାରେ ଦୂର ହୁଅନ୍ତା ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।

REPORT BY : KAMADEV DEHURY (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।