ଫ୍ୟାନ ରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

ଅନୁଗୋଳ (IYA NEWS : ୩୦/୦୪/୨୦୨୦)
ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ହନୁମାନ ମନ୍ଦିର ସମ୍ମୁଖରେ ଥିବା ଏକ ଭଡ଼ା ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଫ୍ୟାନ ରେ ଝୁଲି ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ମୁତାବକ ବନ୍ତଳା ଥାନା ବସଲା ଗ୍ରାମର ବଳରାମ ସାହୁ (୨୬) କିଛି ବର୍ଷ ହେବ କୁଲାଡ଼ ଅଞ୍ଚଳରେ ରହି କାମ କରୁଥିଲେ। କୌଣସି କାମ ଅଛି କହି ଘର ର କବାଟ ବନ୍ଦ କରିଦେଇଥିଲେ, ହେଲେ କିଛି ସମୟ ପରେ ଘରର କବାଟ ନ ଖୋଲିବାରୁ  ସାଥୀଙ୍କର ସନ୍ଦେହ ହୋଇଥିଲା। ଏହାପରେ କବାଟ ଭାଙ୍ଗିବାରୁ ଫ୍ୟାନ୍ ରେ ଗାମୁଛା ଲଗାଇ ବଳରାମ ଝୁଲି ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ତୁରନ୍ତ ନାଲକୋ ଥାନାରେ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତ ବଳରାମର ଶବ ଜବତ କରି ନାଲକୋ ଥାନାର କେଶ ନଂ ୮/୨୦୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ଲାଗି ପୋଲିସ ବଳରାମର ଶବକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି। ତଦନ୍ତ ସରିଲା ପରେ ପ୍ରକୃତ ଆତ୍ମହତ୍ୟାର କାରଣ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।

 (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।