ଅନୁଗୋଳ ଜିଲ୍ଲ‍‍ା ଲୋକକଳ‍ା ରାବଣ ଛାୟାକୁ ମିଳିଲା କେନ୍ଦ୍ରୀୟ କଳା ସଂସ୍କୃତି ମାନ୍ୟତା ।

ଅନୁଗୋଳ(IYANEWS:୨୨/୦୪/୨୦୨୦):
ତିନି ଓଡ଼ିଆ ପରମ୍ପରା କୁ କେନ୍ଦ୍ରୀୟ ମାନ୍ୟତା,ତିନୋଟି ସାଂସ୍କୃତିକ ପରମ୍ପରାକୁ ସ୍ଥାନ ବେଳେ କେନ୍ଦ୍ରସରକାର କେନ୍ଦ୍ରୀୟ ଐତିହ୍ୟ ତାଲିକାରେ ଅନୁଗୋଳ ପାଲଲହଡା ଅଞ୍ଚଳର ଲୋକକଳା ରାବଣ ଛାୟାକୁ ସାମିଲ କରାଯାଇଛି।
ଓଡ଼ିଶାରେ ପ୍ରଚଳିତ ଛାୟା ନାଟକ ହିଁ  ରାବଣ ଛାୟା ଭାବରେ ପରିଚିତ । ରାମାୟଣର କଥାବସ୍ତୁ ଓ ନାଟକରେ ରାବଣ ମୁଖ୍ୟ ଭୂମିକା ନେଉଥିବାରୁ ଆଉମଧ୍ୟ 'ଛାୟା' ଶବ୍ଦଟି ଆମ ଚଳଣିରେ ଅଶୁଭଦାୟକ ହୋଇଥିବାରୁ ଏହି ଛାୟା ନାଟକର ନାମକୁ 'ରାବଣ ଛାୟା' ରଖାଯାଇଛି । ଓଡ଼ିଶାର ବିରଳ ଲୋକକଳା ପରମ୍ପରାରେ ଏହା ସ୍ୱତନ୍ତ୍ର ସ୍ଥାନ ନେଇଛି । ଆମ ଦେଶ ଭାରତରେ ମଧ୍ୟ ଛାୟା ନାଟକର ପରମ୍ପରା ଅତି ପ୍ରାଚୀନ । ମହାଭାରତ ସମୟରୁ ଏହାର ପ୍ରଚଳନର ପ୍ରମାଣ ମିଳେ । ଗବେଷକମାନେ ମତ ଦିଅନ୍ତି କି, ରାବଣ ଦେବୀ ସୀତାଙ୍କୁ ପୁଷ୍ପକ ବିମାନରେ ସମୁଦ୍ର ଉପର ଦେଇ ହରଣ କରିନେଉଥିବା ବେଳେ ସୀତା ରାବଣର ଛାୟାକୁ ସମୁଦ୍ରଜଳରେ ଦେଖି ତାଙ୍କର ଭବିଷ୍ୟତ କିଭଳି ଦୁଃଖମୟ ହେବାକୁ ଯାଉଛି ତାହାର ସୂଚନା ପାଇଥିଲେ । ରାବଣର ଛାୟା ଦେବୀ ସୀତାଙ୍କ ଜୀବନକୁ ପ୍ରଭାବିତ କରିଥିବାରୁ ଏହି ଲୋକକଳାକୁ 'ରାବଣ ଛାୟା' ନାମରେ ନାମିତ କରାଯାଇଛି ।
ପାଲଲହଡାର ଲୋକକଳା ଭାବେ ପରିଚିତ ରାବଣ ଛାୟାକୁ କେନ୍ଦ୍ରୀୟ କଳା ସଂସ୍କୃତି ମାନ୍ୟତା ମିଳିଥିବାରୁ ପାଲଲହଡା ଅଂଚଳରେ ଆନନ୍ଦ ଖେଳିଯାଇଛି।ଶହେ ବର୍ଷରୁ ଉର୍ଦ୍ଧ୍ବ ଲୋକକଳାକୁ ଆଜି ବିଶ୍ୱ ଦରବାରରେ ପହଞ୍ଚି ଥିବାରୁ ପାଲଲହଡା ନିର୍ବାଚନ ମଣ୍ଡଳୀ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ରାବଣ ଛାୟା ପାଇଁ ପାଲଲହଡା ବିଶ୍ୱରେ ପରିଚୟ ପାଇଛି ବୋଲି ସାଧାରଣରେ ପ୍ରକାଶ ପାଉଛି।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।