#ଜୀବନକୁ_ବାଜିରେ_ଲଗାଇ_ଜଳୁଥିବା_ନିଆଁକୁ_ସାହସର_ସହ_ଲିଭାଇଲେ_କନେଷ୍ଟବଳ_ସନ୍ତୋଷ_କୁମାର_ବେହେରା

ଅନୁଗୋଳ (IYA NEWS : ୨୭/୦୪/୨୦୨୦)
ବଅଁରପାଳ ଥାନା ମହୀଧରପୁର ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ସନ୍ତୋଷ ବେହେରା ଏକ ବଡ ବିପଦ ଟାଳିବାକୁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ। ଡ୍ୟୁଟି ସାରି ଫାଣ୍ଡିକୁ ଫେରିବା ବେଳେ ଜଳୁଥିବା ଚାଳ ଉପରେ ଚଢି ଯାଇ ନିଆଁ ଲିଭାଇଥିଲେ l ସୂଚନା ମୁତାବକ ମହୀଧରପୁର ଗାଁର କହ୍ନେଇ ବେହେରାଙ୍କ ନଡ଼ା ଛପର ଘର ପ୍ରାୟ ଗତକାଲି ଦିନ ୧୦ଟା ବେଳେ ପୋଡି ଯାଇଥିଲା l ଘରେ ରୋଷେଇ କରିବା ସମୟରେ ଗ୍ଯାସ ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିଲା l ତାଙ୍କ ଘର ମହୀଧରପୁର ଫାଣ୍ଡିଠାରୁ ଅଳ୍ପ ଦୂରରେ l ଫାଣ୍ଡି କନେଷ୍ଟବଳ ସନ୍ତୋଷ କୁମାର ବେହେରାଙ୍କର ଗତ କାଲି ରାତିରୁ ଦିନ ୧୦ଟା ପର୍ଯ୍ୟନ୍ତ ଡ୍ୟୁଟି ଥିଲା, ଡ୍ୟୁଟି ସାରି ସେ ଫାଣ୍ଡି କୁ ଫେରୁଥିଲେ l  ଗାଁରେ ନିଆଁ ଲାଗିଥିବା କଥା ଶୁଣି କୌଣସି କଥା ଚିନ୍ତା ନକରି ସେ ଜଳୁଥିବା ଚାଳ ଉପରକୁ ଚଢି ଯାଇ ନଡ଼ା ଟାଣି ପକାଇବା ସହିତ ପାଣି ମାରି ନିଆଁ ଲିଭାଇଥିଲେ l ନିଆଁ ଲାଗିବା ପରେ ସ୍ଥାନୀୟ ଲୋକ ବହୁଥର ଦମକଳ କେନ୍ଦ୍ର କୁ ଫୋନ୍ କରିଥିଲେ କିନ୍ତୁ ଯୋଗା ଯୋଗ ହୋଇ ନପାରିବାରୁ ଦମକଳ ଆସି ନଥିଲା l ସନ୍ତୋଷ ତୁରନ୍ତ ନିଆଁ ଲିଭାଇ ନଥିଲେ ଗ୍ଯାସ ସିଲିଣ୍ଡର ଫାଟି ଉଭାବହ ଅଗ୍ନିକାଣ୍ଡ ଘଟିଥାନ୍ତା ବୋଲି ସୂଚନା ମିଳିଛି l ତାଙ୍କର ଏହି ନିସ୍ୱାର୍ଥପର ସହାୟତା ପାଇଁ ଆଞ୍ଚଳବାସୀ ସନ୍ତୋଷଙ୍କୁ ପ୍ରସଂଶା କରିଥିଲେ l ଅଗ୍ନିକାଣ୍ଡ ଯୋଗୁଁ କହ୍ନେଇଙ୍କର ଘରେ ଥିବା ସମସ୍ତ ଆବାସ ପତ୍ର ପୋଡି ନଷ୍ଟ ହୋଇଯାଇଛି l ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।