ପ୍ରବାସରେ ରହିଥିବା ଓଡିଅା ଶ୍ରମିକଙ୍କୁ ଯୁବ ସମାଜସେବୀଙ୍କ ସହାୟତା । ଭିଡିଓ ମାଧ୍ୟମରେ କୃତଜ୍ଞତା ଜଣାଇଲେ ଶ୍ରମିକ ।

ଅନୁଗୋଳ(IYA NEWS:25/04/2020):
କରୋନାକୁ ରୋକିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି ।ଏହି ସମୟରେ ବସ,ଟ୍ରେନ ଓ ବିମାନସେବା ବନ୍ଦ ରହିଛି ।ଏଭଳି ପରିସ୍ଥିତିରେ ପେଟ ପାଟଣା ଲାଗି ଅନୁଗୋଳ ଜିଲ୍ଲା କିଶୋରନଗର ଅଞ୍ଚଳର ୨୦ରୁ ଉର୍ଦ୍ଦ୍ୱ ଶ୍ରମିକ ମହାରାଷ୍ଟ୍ରର ଜଲଗାଁଓ ସ୍ଥିତ ଜୟଶ୍ରୀ ନାମକ ଏକ ଘରୋଇ କମ୍ପାନୀକୁ କାମକରିବାକୁ ଯାଇଥିବା ବେଳେ ସେଠାରେ ଫସି ରହିଛନ୍ତି । ସରକାରଙ୍କ ନିର୍ଦ୍ଦେଶ କ୍ରମରେ କମ୍ପାନୀ ବନ୍ଦ ହୋଇଗଲା । କର୍ମଚାରୀ ମାନଙ୍କ ହାତ ଖାଲି ହୋଇଗଲା ।ଶ୍ରମିକ ମାନେ ନିଜସ୍ୱ କିଛି ସଞ୍ଚିତ ଅର୍ଥରେ ପେଟକୁ ଦାନା ଯୋଗାଇଲେ ସତ,ଶେଷକୁ ଅର୍ଥାଭାବରୁ ତାହା ମଧ୍ୟ ବନ୍ଦ ହୋଇଗଲା ।ଘରକୁ ଫେରିବାର ସବୁ ବାଟ ବନ୍ଦ ହୋଇଯାଇଥିଲା ତାଙ୍କୁ ।ସୁତରାଂ ସେହି ଶ୍ରମିକ ମାନେ ତାଙ୍କ ଅସୁବିଧାର ସୁବିଧା ପାଇବା ସହ  ଉଦ୍ଧାର ପାଇଁ ଫେସବୁକରେ ଏକ ଭିଡିଓ ମାଧ୍ୟମରେ ଗୁହାରି ଜଣାଇଥିଲେ ।
ସୋସିଅାଲ ମିଡିଅାରେ ଘୂରିବୁଲୁଥିବା ଦାଦନଶ୍ରମିକଙ୍କ ଦୁଃଖଭରା ଭିଡିଓ ଉପରେ ନଜର ପଡିଥିଲା ଅନୁଗୋଳ ଜିଲ୍ଲାର ଯୁବ ସାମାଜିକ କର୍ମୀ ଶଶାଙ୍କ ଶେଖର ପ୍ରଧାନଙ୍କର ।ସେ ସେମାନଙ୍କୁ ସାହାର୍ଯ୍ୟ ପାଇଁ ବଢାଇଥିଲେ ସହାୟତାର ହାତ ।ପ୍ରଥମ କରି ଚଳିବା ପାଇଁ ଯୁବ ସମାଜିକ କର୍ମୀ ସେହି ଶ୍ରମିକମାନଙ୍କ ପାଖକୁ ତାଙ୍କ ବ୍ୟାଙ୍କ ଖାତାରେ ୧୦ହଜାର ଟଙ୍କା ଅର୍ଥ ରାଶି ପ୍ରେରଣ କରିଥିଲେ । ପ୍ରେରଣ କରିବା ପରେ ଶ୍ରମିକ ମାନେ ସେହି ଟଙ୍କାରେ କିଛି ଚାଉଳ,ଡାଲି ଓ କିଛି ପରିବା କିଣି ଚଳିଯାଇଥିଲେ ।
ପୁନଶ୍ଚ ଖାଦ୍ୟଭାବରୁ ପୁଣି ଶ୍ରମିକ ମାନେ ସାମାଜିକ କର୍ମୀଙ୍କୁ ଫୋନ ଯୋଗେ ଜଣାଇଥିଲେ । ପରେ ସାମାଜିକକର୍ମୀ  ମୁଖ୍ୟମନ୍ତ୍ରୀ ଓଡିଶା ନବୀନ ପଟ୍ଟନାୟକ ,ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ,ଅାଠମଲ୍ଲିକ ବିଧାୟକ ରମେଶ ସାଏ,ସମ୍ବଲପୁର ସାସଂଦ ନୀତେଶ ଗଙ୍ଗଦେବଙ୍କୁ ଟ୍ୱିଟ ଓ ହ୍ୱାଟ୍ସଅାପ ମାଧ୍ୟମରେ ଜଣାଇ ଫଶି ରହିଥିବା ଏହି ଶ୍ରମିକ ମାନଙ୍କୁ ଉଦ୍ଧାର ସହ ଖାଦ୍ୟଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।
ଅନୁରୋଧ ପରେ ପୂର୍ବତନ ପୂର୍ତ୍ତସଚିବ  ବମ୍ବେର ପୂର୍ବତନ ପୋଲିସ କମିଶନର ତଥା ପୂର୍ବତନ ଜଲଗାଁଓ ଅାରକ୍ଷୀ ଅଧିକ୍ଷକ ଥିବ‍ା ଅରୁପ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିଥିଲେ । ପଟ୍ଟନାୟକଙ୍କୁ ଯୋଗାଯୋଗ ପରେ ଶ୍ରୀ ଅରୁପ ମହାରାଷ୍ଟ୍ରର ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରି ସେହି ଶ୍ରମିକ ମାନଙ୍କୁ ଖାଦ୍ୟ ଯୋଗାଇଦିଅାଯାଇଛି । ପୁନଶ୍ଚ ସାମାଜିକ କର୍ମୀ ଶ୍ରୀ ପ୍ରଧାନ ମହାରାଷ୍ଟରେ ଥିବା କିଛି ବ୍ୟବସାୟୀ ବନ୍ଧୁଙ୍କ ସହ ଯୋଗାଯୋଗକରି ସେହି ଶ୍ରମିକ ମାନଙ୍କୁ ଚାଉଳ,ଡାଲି,ଗହମ ଯୋଗାଇଦିଅାଯାଇଛି ।
ସାମାଜିକ କର୍ମୀ ଓ ସରକାରଙ୍କ ଉଦ୍ୟମରେ ଏହି ଶ୍ରମିକ ମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରାଯିବ ବୋଲି ଜଣାପଡିଛି । ବରିଷ୍ଟ ଅଧିକାରୀ ଓ ସାମାଜିକ କର୍ମୀଙ୍କ ଏହି ମହାନତା ପାଇଁ ଦାଦନ ଶ୍ରମିକ ମାନେ ତାଙ୍କୁ ଏକ ଭିଡିଓ ମାଧ୍ୟମରେ କୃତଜ୍ଞତା ଜଣାଇଛନ୍ତି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।