ବଜ୍ରପାତରେ ଚାଲିଗଲା ଦୁଇଟି ଜୀବନ

ଅନୁଗୋଳ (IYA NEWS : ୨୪/୦୪/୨୦୨୦)
ଅନୁଗୋଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅପରାହ୍ନ ସମୟରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା। କେତେକ ସ୍ଥାନରେ ଘଡଘଡି ସାଙ୍ଗକୁ କୁଆପଥର ବୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା। ଏହି କାଳବୈଶାଖୀ ସମୟରେ ବଜ୍ରାଘାତରେ ଦୁଇଟି ଅମୁଲ୍ୟ ଜୀବନ ଚାଲିଯାଇଛି। ଅନୁଗୋଳ ବ୍ଲକ ବାଳୁଅକଟା ପଞ୍ଚାୟତ ସ୍ଥିତ ବାଳୁଅକଟା ଗ୍ରାମର ଓ ବନ୍ତଳା ଅନ୍ତର୍ଗତ ବାରଗୌଣିଆ ପଞ୍ଚାୟତ ବନ୍ଦାଣପଶି ଗାଁର ଅକାଳରେ ଚାଲି ଯାଇଛି ଦୁଇଟି ଜୀବନ। ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ବାଳୁଅକଟା ଗାଁର ନାରାୟଣ ସାହୁ ଓ ବନ୍ଦାଣପଶି ଗାଁର ବାବାଜୀ ସାହୁଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ଦୁହିଁକୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
IYA NEWS ( VISIT US :- www.iyanews.com ) ( LIKE US :- www.fb.com/iyanews - IYA News ) #ସାଧାରଣ_ଜନତାର_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।